ଟେଷ୍ଟି କୋବି କଷା ପ୍ରସ୍ତୁତି ପ୍ରଣାଳୀ

ଟେଷ୍ଟି କୋବି କଷା ପ୍ରସ୍ତୁତି ପ୍ରଣାଳୀ

ଟେଷ୍ଟି କୋବି କଷା ପ୍ରସ୍ତୁତି ପ୍ରଣାଳୀ
ଆବଶ୍ୟକୀୟ ସାମଗ୍ରୀ: କୋବି ୫୦୦ ଗ୍ରାମ, ତେଲ ୨ ଟେବୁଲ ଚାମଚ, ଆବଶ୍ୟକୀୟ ଲୁଣ ଓ ହଳଦୀ, ଜୀରାଗୁଣ୍ଡ ୧ ଚା’ଚାମଚ, ଡାଲଚିନି ୨ ଖଣ୍ଡ, ତେଜପତ୍ର ୨ଟା, କଞ୍ଚାଲଙ୍କା ୬ଟା, ଧନିଆ ଗୁଣ୍ଡ ୧ ଟେବୁଲ ଚାମଚ, ଗୁଜୁରାତି ୨ଟା, ଅଦା-ଅଧ ଇଞ୍ଚ । ପ୍ରସ୍ତୁତି ପ୍ରଣାଳୀ: କୋବିକୁ ସରୁ ସରୁ କରି କାଟ । ଅଦା ଓ କଞ୍ଚାଲଙ୍କା ଛୋଟ ଛୋଟ କରି କାଟ । କରେଇରେ ତେଲ ତତେଇ ସେଥିରେ ଗୁଜୁରାତି ଛଡ଼ାଇ ପକାଅ । ଏବଂ ସେଥିରେ ଡାଲଚିନି ଓ ତେଜପତ୍ର ମଧ୍ୟ ପକାଅ । କୋବିକଟା, ଲୁଣ ଓ ହଳଦୀ ପକାଇ ମିଶାମିଶି କର ତା’ପରେ ଘୋଡ଼ାଇ ଦିଅ । କୋବି ସିଝି ଆସିଲେ ସେଥିରେ ଅଦା, ଧନିଆ, କଞ୍ଚାଲଙ୍କା କଟା, ଜୀରାଗୁଣ୍ଡ ପକାଇ ମିଶାମିଶି କରି ଘୋଡେ଼ଇ ଦିଅ । ୨ ମିନିଟ ଅପେକ୍ଷା କରି ତା’ପରେ ଭଜାଭଜି କର ଖାଦ୍ୟ ପ୍ରସ୍ତୁତ ହୋଇଗଲା ।