୧୧ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାହିଁକି

୧୧ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାହିଁକି

୧୧ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାହିଁକି

ଭୁବନେଶ୍ୱର: ପାର୍ବଣ ଯୋଗୁ ଓଡ଼ିଶାରେ ମୋଟ ୧୧ ଦିନ ବ୍ୟାଙ୍କ ବନ୍ଦ ରହିବ । ଦଶହରା ପାଇଁ ଅକ୍ଟୋବର ୩ରୁ ୫ ଯାଏ ବ୍ୟାଙ୍କ ଛୁଟି ରହିବ । ସେହିଭଳି ଦୀପାବଳିରେ ୨୪ରେ ଗୋଟିଏ ଦିନ ବ୍ୟାଙ୍କ କାର୍ୟ୍ୟ ବନ୍ଦ ରହିବ । ଆସନ୍ତା ମାସରେ ୫ଟି ରବିବାର ଏବଂ ୨ଟି ଶନିବାର ପଡୁଥିବାରୁ ଏହି ଦିନ ବ୍ୟାଙ୍କ କାର୍ୟ୍ୟ ହେବ ନାହିଁ । ଏ ବ୍ୟାଙ୍କ ଛୁଟି ଯୋଗୁ ଗ୍ରାହକ ସେବା ପାଇବାରେ ସମସ୍ୟାର ସାମ୍ନା କରିବେ ।
ଏହାକୁ ବିଚାରକୁ ନେଇ ବ୍ୟାଙ୍କ କାମ ଆଗୁଆ ସାରିଦେବା ଉଚିତ ହେବ । ଦେଶର ବିଭିନ୍ନ ପ୍ରାନ୍ତରେ ଚଳିତ ମାସ ମୋଟ ୨୧ ଦିନ ବ୍ୟାଙ୍କ ବନ୍ଦ ରହିବ। ନବରାତ୍ରୀ, ଦୁର୍ଗାପୂଜା, ଗାନ୍ଧୀ ଜୟନ୍ତୀ, ଦଶହରା, ଦୀପାବଳି ଭଳି ପର୍ବ ସମେତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ରବିବାରର ଛୁଟି ଏଥିରେ ସାମିଲ ରହିବ ।