ୟୁକ୍ରେନ୍‌କୁ ଅ‌ାମେରିକାର ବଡ଼ ଧରଣର ସାମରିକ ସହାୟତ

ୟୁକ୍ରେନ୍‌କୁ ଅ‌ାମେରିକାର ବଡ଼ ଧରଣର ସାମରିକ ସହାୟତ

ୟୁକ୍ରେନ୍‌କୁ ଅ‌ାମେରିକାର ବଡ଼ ଧରଣର ସାମରିକ ସହାୟତ

ନୂଆଦିଲ୍ଲୀ: ରୁଷର ପ୍ରଚଣ୍ଡ ଆକ୍ରମଣ ମଧ୍ୟରେ ୟୁକ୍ରେନ୍କୁ ସାହାଯ୍ୟ କରିବା ପାଇଁ ରାଜି ହୋଇଛି ଆମେରିକା। ୟୁକ୍ରେନ୍କୁ ୩୫୦ ମିଲିଅନ୍ ଡଲାରର ସାମରିକ ସହାୟତା ଯୋଗାଇ ଦେବାକୁ ଆମେରିକା କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ଆମେରିକା ସରକାରଙ୍କ କୁଟନୈତିକ ଅଧିକାରୀ ତଥା ସଚିବ ଆଣ୍ଟୋନୀ ବ୍ଲିନକେନ୍ ଟ୍ୱିଟ୍ କରି ଏହି ଘୋଷଣା କରିଛନ୍ତି । ଯୁଦ୍ଧଗ୍ରସ୍ତ ୟୁକ୍ରେନ୍ଙ୍କୁ  ତୁରନ୍ତ ୩୫୦ ମିଲିଅନ୍ର ସାମରିକ ସହାୟତା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। -

ରୁଷର ଅକାରଣ ଓ ଅଯୁକ୍ତିକର ଯୁଦ୍ଧରୁ ୟୁକ୍ରେନକୁ ରକ୍ଷା ପାଇଁ ସେ ଆମେରିକାର ପ୍ରତିରରକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଫ୍ରାନ୍ସ ଏବଂ ଚେକ୍ଗଣରାଜ୍ୟ ୟୁକ୍ରେନକୁ ସାମରିକ୍ ସହାୟତା ପାଇଁ ରାଜି ହୋଇଛନ୍ତି। ଫ୍ରାନ୍ସର ସହାୟତା ସମ୍ପର୍କରେ ୟୁକ୍ରେନ୍ ରାଷ୍ଟ୍ରପତି ସ୍ପଷ୍ଟ କରିଛନ୍ତି। ତେବେ ଯୁଦ୍ଧରେ ସହାୟତା ପାଇଁ ଗୋଟିଏ ପରେ ଗୋଟିଏ ଦେଶ ଆଗେଇ ଆସିବା ୟୁକ୍ରେନ୍ର ମନବଳକୁ ବୃଦ୍ଧି କରିଛି।  ଅନ୍ୟପଟେ ଭାରତର ପ୍ରଧାମନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ଲୋଡ଼ିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି ଯୁଦ୍ଧରେ ସାହାୟତା କରିବାକୁ ନିବେଦନ କରିଥିଲେ। ପ୍ରତିଉତ୍ତରରେ ଯୁଦ୍ଧକୁ ନେଇ ମୋଦି କଡ଼ା ନିନ୍ଦା କରିବା ସହ ଯୁଦ୍ଧ ବନ୍ଦ ହେବା ଦରକାର ବୋଲି  ଆଶ୍ୱସନା ଦେଇଛନ୍ତି।  ପୂର୍ବରୁ ଆମେରିକା ସମେତ ୟୁରୋପୀୟ ଦେଶ ଗୁଡ଼ିକ କେବଳ ସମବେଦନା ଓ ନିନ୍ଦା କରିଥିବା ବେଳେ ଏହା ଯଥେଷ୍ଟ ନୁହେଁ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି କହିଥିଲେ।  ୟୁକ୍ରେନନ ରାଷ୍ଟ୍ରପତିଙ୍କ

ଅନୁରୋଧ ପରେ ଆମେରିକା ପ୍ରଥମେ ସାହାଯ୍ୟ ପାଇଁ ଅମଙ୍ଗ ହୋଇଥିଲା। ସବୁ ନାଟର ଗୋବର୍ଦ୍ଧନ ନାଟୋ ବ୍ୟାକ୍ଫୁଟ୍କୁ ଆସିଥିଲା । ତେବେ ରୁଷର ପ୍ରଚଣ୍ଡ  ଆକ୍ରମଣରେ ୟୁକ୍ରେନ୍ ଧଂସବିଧ୍ୱଂସ ହେବା ସହ ସବୁଠି  ହାହାକାର ପରିସ୍ଥତି ସୃଷ୍ଟି  ହୋଇଛି।

 ରାଜଧାନୀକୁ ଦଖଲ କରିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ପରିସ୍ଥିତି ଭୟାବହ ହେବା ପରେ ଆମେରିକା ତାର ଆଭିମୁଖ୍ୟ ପରିବର୍ତ୍ତନ କରିଛି। ସେପଟେ ଭୀଷଣ ଧ୍ୱଂସର ଲୀଳା ରଚିବା ପରେ ମଧ୍ୟ ଦମ୍ଭ ଭାଙ୍ଗି ନାହିଁ ୟୁକ୍ରେନ୍ ସେନା। ରୁଷ ସେନାକୁ କଡ଼ାମୁକାବିଲା ପାଇଁ ୟୁକ୍ରେନ୍ ରାଷ୍ଟ୍ରପତି ମଧ୍ୟ ଭୟଭୀତ ନଥିବା କହିଛନ୍ତି।