ଆଜି ୩୦୭ ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ୍‌ ଗଣତି

ଆଜି ୩୦୭ ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ୍‌ ଗଣତି

ଆଜି ୩୦୭ ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ୍‌ ଗଣତି

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ଭୋଟ୍‌ ଗଣତି ଜାରି ରହିଛି। ଗତକାଲି ୩୧୫ ଟି ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ୍‌ ଗଣତି ହୋଇଥିଲା। ଆଜି ସମଗ୍ର ରାଜ୍ୟର ୩୦୭ଟି ଜୋନ୍‌ରେ ଗଣତି କରାଯିବ। ତେବେ ଗତକାଲିର ଗଣତିରେ ଯାହା ଅନୁମାନ କରାଯାଉଥିଲା ତା ଠାରୁ ବି ଅଧିକ ସଫଳତା ଆଡକୁ ଗତି କରୁଛି ବିଜେଡି । ପଂଚାୟତ ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ ବିଜୁ ଜନତା ଦଳ ଢେର ଆଗରେ ରହିଛି। ରାଜ୍ୟରେ ଯେମିତି ବିଜେଡି ଲହରୀ ମାଡ଼ି ଆସିଛି। ଏଯାବତ ୩୧୫ ଜିଲ୍ଲା ପରିଷଦ ଜୋନରୁ ବିଜେଡ଼ି ୨୮୨ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୧୬ ଓ ବିଜେପି ୧୨ ଆସନରେ ଆଗୁଆ ରହିଛି । ୧ଟି ଜୋନରେ ସ୍ୱାଧୀନ ପ୍ରାଥୀ ଜିତିଛନ୍ତି। ଗତ ପଂଚାୟତ ନିର୍ବାଚନ ତୁଳନାରେ ବିଜେପି ଚରମ ବିପର୍ୟ୍ୟୟର ସମ୍ମୁଖୀନ ହୋଇଛି । ଏମିତିକି ପ୍ରଥମ ଦିନ ଗଣତିରେ ବିଜେପି ରେସରେ କଂଗ୍ରେସଠାରୁ ବି ପଛରେ ପଡିଯାଇଛି। କଂଗ୍ରେସ ଦଳ କୋରାପୁଟ, ରାୟଗଡାରେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିବାବେଳେ ଅନେକ ଆସନରେ ବିଜେଡିକୁ କଂଗ୍ରେସ ଟକ୍କର ଦେଉଛି। ହେଲେ ବିଜେପି ନିଜ ଗଡ଼ ମୟୁରଭଞ୍ଜ ଓ ପଶ୍ଚିମ ଓଡ଼ିଶାରେ ସତ୍ତା ହରାଇଛି । ଉପକୂଳରୁ ପଶ୍ଚିମ ଯାଏଁ ବିଜେଡି ପୂରା ପୋଛି ନେଇଛି। ରାୟଗଡା ଓ କୋରାପୁଟକୁ ଛାଡ଼ି ଦେଲେ ବାକି ସବୁ ଜିଲାରେ ବିଜେଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଖଲ କରିବା ସହଜ ହେବ ବୋଲି ଏବେଠୁ ଅନୁମାନ କରାଯାଉଛି ।