ୟୁକ୍ରେନ୍ ଉପରେ ଆକ୍ରମଣକୁ ଯଥାର୍ଥ କହିଲେ ପୁଟିନ୍
ୟୁକ୍ରେନ୍ ଉପରେ ଆକ୍ରମଣକୁ ଯଥାର୍ଥ କହିଲେ ପୁଟିନ୍
କିଭ୍: ମସ୍କୋରେ ବିଜୟ ଦିବସ ପାଳନ ଅବସରରେ ୟୁକ୍ରେନ୍ ଉପରେ ଚାଲିଥିବା ଆକ୍ରମଣକୁ ଯଥାର୍ଥ କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏହି ଯୁଦ୍ଧ ନିକଟରେ ଶେଷ ହୋଇନପାରେ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ରେଡ୍ ସ୍କୋୟରରେ ଅନୁଷ୍ଠିତ ବାର୍ଷିକି ବିଜୟ ଦିବସ ପରେଡରେ ରାଷ୍ଟ୍ରପତି ପୁଟିନ ଟେଲିଭିଜନ ଯୋଗେ ଉଦବୋଧନ ଦେଇ ମାତୃଭୂମିର ଭବିଷ୍ୟତ ପାଇଁ ରୁଷିଆ ସୈନ୍ୟ ୟୁକ୍ରେନରେ ଲଢୁଥିବା ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ ରୁଷର ୟୁକ୍ରେନ୍ ଉପରେ ଆକ୍ରମଣକୁ ଯଥାର୍ଥ ବୋଲି ସେ କହିଛନ୍ତି ।ଇୟଗ୍ଦ ଭଚ୍ଚ
ସୈନ୍ୟମାନଙ୍କ ବୀରତ୍ୱକୁ ବି ଉଚ୍ଚ ପ୍ରଶଂସା କରିଛନ୍ତି । ବିଜୟ ଦିବସରେ ପୁଟିନ୍ କୌଣସି ବଡ ଘୋଷଣା କରିପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ହେଲେ ସେଭଳି କିଛି ବଡ ଘୋଷଣା କରିନାହାନ୍ତି ପୁଟିନ୍ । ତାସହ ନାଟୋ ପଡୋଶୀ ଅଞ୍ଚଳ ଉପରେ ସାମରିକ ନିୟନ୍ତ୍ରଣ ଲାଗି କାମ ଆରମ୍ଭ କରିଥିଲା ।
ଏହା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଗୋଟିଏ ପଟେ ମସ୍କୋରେ ପୁଟିନ ବିଜୟ ଦିବସ ପାଳୁଥିବା ବେଳେ, ଅନ୍ୟପଟେ ପୋଲାଣ୍ଡରେ ଅପଦସ୍ତ ହେଲେ ରୁଷୀୟ ରାଷ୍ଟ୍ରଦୂତ । ଓ୍ୱାର୍ସରେ ଅବସ୍ଥାପିତ ରୁଷୀୟ ରାଷ୍ଟ୍ରଦୂତ ସର୍ଗେଇ ଆଭିନ୍ଦ୍ରଙ୍କ ଉପରକୁ ନାଲି ରଙ୍ଗ ଫିଙ୍ଗିଲେ ଆନ୍ଦୋଳନକାରୀ । ଓ୍ୱାର୍ସରେ ଥିବା ସୋଭିଏତ୍ ଓ୍ୱାର୍ ମେମୋରିଆଲ୍ ନିକଟରେ ଏହି ଘଟଣା ଘଟିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀ ଉପରୋ ବିଜୟ ସ୍ମାରକୀ ଭାବେ ରୁଷ ଭିକ୍ଟ୍ରି ଡେ ପାଳନ କରୁଛି । ଏହି ଉପଲକ୍ଷେ ଓ୍ୱାର୍ସ ସ୍ଥିତ ସୋଭିଏତ୍ ମିଲିଟାରୀ ସିମେଟାରୀକୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ଯାଇଥିଲେ ରୁଷୀୟ ରାଷ୍ଟ୍ରଦୂତ ସର୍ଗେଇ ।
ତେବେ ୟୁକ୍ରେନ୍ ଯୁଦ୍ଧକୁ ବିରୋଧ କରୁଥିବା ପୋଲାଣ୍ଡର କିଛି ସାମାଜିକ କର୍ମୀ ତାଙ୍କୁ ଘେରିଯାଇ ହତ୍ୟାକାରୀ ବୋଲି ନାରାବାଜି କରିବା ସହିତ ୟୁକ୍ରେନ୍ ପତାକା ଉଡ଼ାଇଥିଲେ । ଏହି ସମୟରେ କିଛି ବିକ୍ଷୋଭକାରୀ ତାଙ୍କ ଉପରକୁ ନାଲି ରଙ୍ଗ ଫୋପାଡ଼ିଥିବା ଦେଖିବାକୁ ମିଳିଛି । ଏହି ଘଟଣାକୁ ଆକ୍ରମଣ ଦର୍ଶାଇ ତୀବ୍ର ନିନ୍ଦା କରିଛି ରୁଷ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ।




admin 