ବୁଡ଼ିଗଲା ୬ ଡଙ୍ଗା

ବୁଡ଼ିଗଲା ୬ ଡଙ୍ଗା

ଭୁବନେଶ୍ୱର: ବାତ୍ୟା ଅସାନୀର ପ୍ରଭାବ ଧୀରେ ଧୀରେ ଦେଖିବାକୁ ମିଳୁଛି ।  ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀରେ ଏକ ବଡ଼ ଅଘଟଣ ଘଟିଛି । ଏକାବେଳେ ବୁଡ଼ିଯାଇଛି ୬ଟି ଡଙ୍ଗା । ତେବେ ସୌଭାଗ୍ୟବସତଃ ଏଥିରେ ଥିବା ମୋଟ ୬୦ ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତିଯାଇଛନ୍ତି ।  ମାଛମାରି ସମ୍ପୃକ୍ତ ମତ୍ସ୍ୟଜୀବୀ ମୋଟ ୬ଟି ଡଙ୍ଗାରେ ଫେରୁଥିଲେ ।  ତେବେ ସମୁଦ୍ର ଢେଉରେ ଡଙ୍ଗାଗୁଡ଼ିକ ବୁଡ଼ିଯାଇଥିଲେ ।  ଫଳରେ ପହଁରି ପହଁରି ସେମାନେ ସମୁଦ୍ରକୂଳକୁ ଫେରିଛନ୍ତି ।  ମାଛ, ଡଙ୍ଗା ଓ ଜାଲ ସବୁକିଛି ସମୁଦ୍ରରେ ଭାସିଯାଇଛି ।

ଅନ୍ୟପକ୍ଷରେ  ଭୀଷଣ ବାତ୍ୟାର ରୂପ ନେଇ ଉପକୂଳର ନିକଟତର ହେଉଛି ଅସାନି । ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୫୧୦ କିମି ଦୂରରେ କେନ୍ଦ୍ରୀଭୂତ ହେଉଛି ।
ପୁରୀଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ପ୍ରାୟ ୫୯୦ କିଲୋମିଟର ଦୂରରେ ରହିଛି ଅସାନି । ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ସେହିପରି ଏହା ଗୋପାଳପୁରଠାରୁ ଦକ୍ଷିଣ, ଦକ୍ଷିଣ-ପଶ୍ଚିମରେ ୫୧୦ କିଲୋମିଟରେ ଦୂରରେ ରହିଛି । ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

 ଆଜି ମଧ୍ୟରାତ୍ରୀ ସୁଦ୍ଧା ଉତର ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ନିକଟ ସମୁଦ୍ରରେ ପହଂଚିବ  । ଉତ୍ତର-ଉତ୍ତର-ପୂର୍ବ ଦିଗରେ ମୁହାଁଇବା ସମ୍ଭାବନା ରହିଛି  । ଏହା ଧୀରେ ଧୀରେ ଦୁର୍ବଳ ହେବ ଓ ୨୪ ଘଣ୍ଟା ମଧ୍ୟରେ ବାତ୍ୟାରେ ପରିଣତ ହେବ  । ପରେ ଅବପାତରେ ପରିଣତ ହେବ  ।