ହ୍ୱାଟସଅପ ବ୍ୟବହାରୀକାରଙ୍କ ପାଇଁ ଖୁସିଖବର

ହ୍ୱାଟସଅପ ବ୍ୟବହାରୀକାରଙ୍କ ପାଇଁ ଖୁସିଖବର

ହ୍ୱାଟସଅପ ବ୍ୟବହାରୀକାରଙ୍କ ପାଇଁ ଖୁସିଖବର
ନୂଆଦିଲ୍ଲୀ - ବିଶ୍ୱର ଅଗ୍ରଣୀ ମୋବାଇଲ୍ ମେସେଜିଂ ଆପ୍ ହ୍ୱାଟସ୍ଆପ୍ ଏହାର ବ୍ୟବହାରକାରୀଙ୍କୁ ଖୁବ୍ଶୀଘ୍ର "ଡାର୍କ ମୋଡ୍' ସୁବିଧା ପ୍ରଦାନ କରିବ । ଏହାର ପରୀକ୍ଷଣ ଚାଲିଛି । ଡାର୍କ ମୋଡକୁ ଏବେ ଉଭୟ ଆଣ୍ଡ୍ରଏଡ୍ ଓ ଆଇଫୋନ୍ ବ୍ୟବହାରକାରୀଙ୍କ ଲାଗି ବିକଶିତ କରାଯାଉଛି । ଏହା ଦ୍ୱାରା ଫୋନର ବ୍ୟାଟେରି ଶକ୍ତି ସଞ୍ଚୟ ହେବ ଏବଂ ଆଖି ଉପରେ ରହୁଥିବା ଚାପ ହ୍ରାସ ପାଇବ । ଅନେକ ଆପ୍ ତରଫରୁ ଡାର୍କ ମୋଡ୍ ସୁବିଧା ପ୍ରଦାନ କରାଯାଉଥିବା ବେଳେ ଏପର୍ଯ୍ୟନ୍ତ ଏହା ହ୍ୱାଟସ୍ଆପରେ ଉପଲବ୍ଧ ହୋଇପାରିନାହିଁ । ଫେସବୁକ୍ ମାଲିକାନାରେ ଥିବା ହ୍ୱାଟସ୍ଆପ୍ ପକ୍ଷରୁ "ଲୋ ଡାଟା ମୋଡ୍' ଉପରେ ମଧ୍ୟ କାର୍ଯ୍ୟ ଜାରି ରଖାଯାଇଥିବା ଜଣାପଡ଼ିଛି । ଏହି ସୁବିଧା ଏବେ କେବଳ ହ୍ୱାଟସ୍ଆପ୍ କଲ୍ ପାଇଁ ଉପଲବ୍ଧ ହେଉଥିବା ବେଳେ ଆଗାମୀ ଦିନରେ ଆପ୍ର ସମସ୍ତ କାର୍ଯ୍ୟ ଲାଗି ତାହା ଉପଲବ୍ଧ ହେବାକୁ ଯାଉଛି । ଲୋ ଡାଟା ମୋଡ୍ କାର୍ଯ୍ୟକାରୀ ହେଲେ ଲୋକମାନେ ଦୁର୍ବଳ ଇଣ୍ଟରନେଟ୍ ସଂଯୋଗ ଥିବା ସ୍ଥାନରେ ହ୍ୱାଟସ୍ଆପକୁ ବ୍ୟବହାର କରିପାରିବେ । "ସେଲଫ୍ ଡେଷ୍ଟ୍ରକ୍ଟିଂ ମେସେଜ୍' (ସ୍ୱୟଂଚାଳିତ ଭାବେ ମେସେଜ୍ ଉଭେଇ ଯିବ) ବ୍ୟବସ୍ଥା ଉପରେ ମଧ୍ୟ ହ୍ୱାଟସ୍ଆପ୍ କାର୍ଯ୍ୟ କରୁଛି । ଏହି ସୁବିଧାରେ ବ୍ୟବହାରକାରୀମାନେ ପଠାଉଥିବା ମେସେଜର ସମୟ ସୀମା ଧାର୍ଯ୍ୟ କରିପାରିବେ । ସେହି ସମୟ ଶେଷ ହେବା ପରେ ମେସେଜ୍ଟି ଆପେ ଉଭାନ୍ ହୋଇଯିବ । ବର୍ତ୍ତମାନ ଏହି ସୁବିଧା ସ୍ନାପ୍ଚାଟରେ ମିଳୁଛି ।