ଆଜି କଂଗ୍ରେସର ଡାକରାରେ ନବରଙ୍ଗପୁର ବନ୍ଦ

ଆଜି କଂଗ୍ରେସର ଡାକରାରେ ନବରଙ୍ଗପୁର ବନ୍ଦ

ଆଜି କଂଗ୍ରେସର ଡାକରାରେ ନବରଙ୍ଗପୁର ବନ୍ଦ
ନବରଙ୍ଗପୁର – ଗତ ୧୪ ତାରିଖରେ ନବରଙ୍ଗପୁରରେ ଘଟିଯାଇଥିବା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଓ ହତ୍ୟାଘଟଣାର ଅଭିଯୁକ୍ତ ଖୋଲାଆକାଶ ତଳେ ଖୁଲମଖୋଲା ବୁଲୁଛି । ପୁଲିସର ନିଷ୍କି୍ରୟତାର ପ୍ରତିବାଦରେ ପିସିସିର ପୂର୍ବତନ କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଡ଼ାକରାରେ ଜିଲ୍ଲା କଂଗ୍ରେସ ତରଫରୁ ଆଜି ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଉଛି । ଜିଲ୍ଲା କଂଗ୍ରେସ ତରଫରୁ ଶତାଧିକ କର୍ମୀ ଜିଲ୍ଲା କଂଗ୍ରେସ କାର୍ୟ୍ୟାଳୟ ସମ୍ମୁଖରେ ଟାୟାର ଜାଳି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ଫଳରେ ଗମନାଗମନରେ ବାଧା ଉପୁଜିଛି । ରାସ୍ତାର ଉଭୟ ପାର୍ଶ୍ଵରେ ଗାଡି ଅଟକି ରହିଛି । ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀ ହଇରାଣ ହେଉଛନ୍ତି। ଏଥିସହ ସହରର ଦୋକାନ ବଜାର ସବୁ ବନ୍ଦ ରହିଛି । ତୁରନ୍ତ ପୁଲିସ୍ ଘଟଣାର ପର୍ଦ୍ଦାଫାସ ନ କଲେ ଆନ୍ଦୋଳନକୁ ଜୋରଦାର କରାଯିବା ସହ ରାଜ୍ୟ ବ୍ୟାପି ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଦଳ ତରଫରୁ ଚେତାବନୀ ଦିଆଯାଇଛି ।