ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ , ବାଜପେୟୀଙ୍କ ଓଡ଼ିଶା ପ୍ରତି ସ୍ନେହ ଓ ମୋହ ଅତୁଟ ଥିଲା

ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ , ବାଜପେୟୀଙ୍କ ଓଡ଼ିଶା ପ୍ରତି ସ୍ନେହ ଓ ମୋହ ଅତୁଟ ଥିଲା

ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ , ବାଜପେୟୀଙ୍କ ଓଡ଼ିଶା ପ୍ରତି ସ୍ନେହ ଓ ମୋହ ଅତୁଟ ଥିଲା
ଭୁବନେଶ୍ୱର - ଅଟଳ ବିହାରୀ ବାଜପେୟୀଙ୍କ ଓଡ଼ିଶା ପ୍ରତି ସ୍ନେହ ଓ ମୋହ ଅତୁଟ ଥିଲା । ସ୍ୱର୍ଗତ ବାଜପେୟୀଙ୍କ ଜୟନ୍ତୀ ଅବସରରେ ତାଙ୍କର ୧୯୯୧-୯୨ ମସିହାର ଓଡ଼ିଶା ଗସ୍ତର ପୁରୁଣା ଫୋଟ ଟ୍ୱିଟ୍ କରି ଇତିହାସର ସ୍ମୃତିକୁ ଉଜ୍ଜିବୀତ କରିବା ସହ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମଦିବସରେ ଏହି ଫଟୋଟି ଅନେକ ସ୍ମୃତିକୁ ଉଜ୍ଜିବୀତ କରୁଛି । ଫଟୋଟି ୧୯୯୧-୯୨ ମସିହାର । ଅଟଳଜୀ ଓଡ଼ିଶା ଆସିଥିଲେ । ପାର୍ଟି ଅଫିସରୁ ଓଡ଼ିଶା ବିଧାନସଭା ବୁଲି ଦେଖିବା ପାଇଁ ଇଚ୍ଛା କଲେ । ବିଧାନସଭାରେ ବାଚସ୍ପତିଙ୍କ ଗ୍ୟାଲେରୀରେ କିଛି ସମୟ ବସିବା ପରେ ସେ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଅଟଳଜୀଙ୍କୁ ତାଙ୍କ ବ୍ୟକ୍ତିଗତ ସଚିବ ପ୍ୟାରୀମୋହନ ମହାପାତ୍ରଙ୍କୁ ପଠାଇ ତାଙ୍କ ପାଖକୁ ଆସିବାକୁ ଆମନ୍ତ୍ରଣ କଲେ । ବିଜୁ ବାବୁ ଅଟଳଜୀଙ୍କୁ ପାଛୋଟି ନେଲେ । ଅନ୍ତରଙ୍ଗ ଆଳାପ କଲେ । ଏହି ଫଟୋଟିରେ ଅଟଳଜୀ ଓ ବିଜୁ ବାବୁଙ୍କ ସହ ବିଜେପିର ସେ ସମୟର ବିଧାୟକ ବିକ୍ରମ କେଶରୀ ଦେଓ, ଅରବିନ୍ଦ ଢ଼ାଲି ଓ ସେ ସମୟର ବିଜେପିର ରାଜ୍ୟ ସଭାପତି ଡା.ଦେବେନ୍ଦ୍ର ପ୍ରଧାନ ଉପସ୍ଥିତ ଅଛନ୍ତି । ବାଜପେୟୀଙ୍କ ବିରୋଧୀ ଦଳର ନେତା ଭାବେ ଓଡ଼ିଶାର କେବିକେ ଅଞ୍ଚଳର ଗରିବୀ ସହ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲିବା ସହ ଲୋକମାନଙ୍କ ସହ ମିଶୁଥିଲେ । ୧୯୯୯ ମସିହାର ମହାବାତ୍ୟା ପରେ ପ୍ରଧାନମନ୍ତ୍ରୀ ଭାବେ ଓଡ଼ିଶାର ପୁନଃନିର୍ମାଣ ପାଇଁ ତାଙ୍କର ଯୋଗଦାନ ଅତୁଳନୀୟ ଥିଲା । ଦେହାବସାନ ପରେ ସେ ଆଜି ଅମର । ତାଙ୍କର ଆଜିର ପବିତ୍ର ଜନ୍ମଦିନରେ କୋଟି କୋଟି ପ୍ରଣାମ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।