ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭବେ ଆଜି ଶପଥ ନେବେ ସୁଖବିନ୍ଦର ସିଂହ ସୁଖୁ

ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭବେ ଆଜି ଶପଥ ନେବେ ସୁଖବିନ୍ଦର ସିଂହ ସୁଖୁ

ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭବେ ଆଜି ଶପଥ ନେବେ ସୁଖବିନ୍ଦର ସିଂହ ସୁଖୁ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭବେ ଆଜି ଶପଥ ନେବେ ସୁଖବିନ୍ଦର ସିଂହ ସୁଖୁ।  ଆଜି ଅପରାହ୍ଣ ୧.୩୦ମିନିଟ୍‌ରେ ସୁଖବିନ୍ଦର ସିଂହ ସୁଖୁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ। ସେହିରପି ମୁକେଶ ଅଗ୍ନିହୋତ୍ରୀ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ଶିମଲାର ରିଜ୍ ମୈଦାନରେ ଏହି ଶପଥଗ୍ରହଣ ସମାରୋହ ଆୟୋଜିତ ହେବ। ଏହି ଶପଥ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ମଧ୍ୟ ସାମିଲ ହେବେ। ନିର୍ବାଚନ ଫଳାଫଳ ବାହାରିବା ପରେ ପ୍ରଦେଶ କଂଗ୍ରେସ ମୁଖ୍ୟ ପ୍ରତିଭା ସିଂହ ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ଥିବା କୁହାଯାଉଥିଲା। ଏପରିକି ତାଙ୍କ ସମର୍ଥକଭାବେ ହାଇକମାଣ୍ଡଙ୍କ ନିକଟରେ ନିଜ ଦାବି ଜଣାଇ ପ୍ରତିଭା ସିଂହଙ୍କ ନାଁରେ ମୋହର ମାରିବାକୁ କହିଥିଲେ। ତେବେ ହଠାତ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶା ମଉଳିବା ପରେ ରେସରୁ ଓହରିଥିଲେ ପ୍ରତିଭା ସିଂହ।
ସୁଖବିନ୍ଦରଙ୍କ ପାଖରେ ସବୁଠୁ ଅଧିକ ବିଧାୟକଙ୍କ ସମର୍ଥନ ମଧ୍ୟ ରହିଛି। ବର୍ତମାନ ହିମାଚଳର ପ୍ରଦେଶ କଂଗ୍ରେସର କ୍ୟାମ୍ପେନିଂ କମିଟି ମୁଖ୍ୟ ଅଛନ୍ତି ସୁଖବିନ୍ଦର। ହାମିରପୁର ଜିଲ୍ଲାର ନାଦୋନରୁ ତୃତୀୟ ଥର ପାଇଁ ବିଧାୟକ ଅଛନ୍ତି ସୁଖବିନ୍ଦର। କଂଗ୍ରେସର ଷ୍ଟୁଡେଣ୍ଟ ୟୁନିଅନ ଅଫ ଇଣ୍ଡିଆର ସେ ଜଣେ ଆଗ ଧାଡିରେ ସଦସ୍ୟ ମଧ୍ୟ ଥିଲେ।