ହିଜାବ ମାମଲା; ଶୁଣାଣି ଲାଗି ତାରିଖ ଦେଲେନି ମୁଖ୍ୟ ବିଚାରପତି

ହିଜାବ ମାମଲା; ଶୁଣାଣି ଲାଗି ତାରିଖ ଦେଲେନି ମୁଖ୍ୟ ବିଚାରପତି

ହିଜାବ ମାମଲା; ଶୁଣାଣି ଲାଗି ତାରିଖ ଦେଲେନି ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ:  କର୍ଣ୍ଣାଟକର ହିଜାବ ମାମଲା ପୁଣି ଥରେ ସୁପ୍ରିମ୍‌ କୋର୍ଟରେ ପହଞ୍ଚିଛି। ଶୁଣାଣି ପାଇଁ ମଖ୍ୟ ବିଚାରପତି କୌଣସି ତାରିଖ ଦେଇ ନାହାନ୍ତି। ଠିକ୍‌ ସମୟରେ ଏହାର ଶୁଣାଣି କରାଯିବ ବୋଲି ମୁଖ୍ୟବିଚାରପତି କହିଛନ୍ତି। ଅନ୍ୟପକ୍ଷରେ କର୍ଣ୍ଣାଟକ ହାଇକୋର୍ଟରେ କୌଣସି ତାରିଖ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ୟ୍ୟନ୍ତ ଛାତ୍ରଛାତ୍ରୀମାନେ ଧର୍ମୀୟ ଭାବନା ସହ ଜଡ଼ିତ କୌଣସି ପୋଷାକ ପିନ୍ଧି ଶିକ୍ଷାନୁଷ୍ଠାନକୁ ଆସିପାରିବେ ନାହିଁ। ହିଜାବ ମାମଲାର ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ପକ୍ଷରୁ ଗତକାଲି ଏପରି ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଏହି ଅନ୍ତରୀଣ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। କର୍ଣ୍ଣାଟକ ହାଇକୋର୍ଟ ପକ୍ଷରୁ ହିଜାବ ପିନ୍ଧିବା ଉପରେ ରୋକ ଲଗାଯିବା ସେମାନଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଥିବା ଆବେଦନକାରୀ ନିଜ ଅଭିଯୋଗରେ ଦର୍ଶାଇଥିଲେ। -

କର୍ଣ୍ଣାଟକ ହାଇକୋର୍ଟର ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଥିଲେ, ଖୁବ୍ ଶୀଘ୍ର ଏହି ମାମଲାର ସମାଧାନ କରାଯିବ। ତେଣୁ ଏହି ମାମଲାର ଫଇସଲା ନ ହେବା ଯାଏ ଶାନ୍ତି ଓ ସଦଭାବନା ବଜାୟ ରଖିବା ଉଚିତ। ଏହି ମାମଲାର ଶୁଣାଣି ଶେଷ ହେବା ପର୍ୟ୍ୟନ୍ତ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନ ପରିସରରେ ଧାର୍ମିକ ପୋଷାକ ପରିଧାନ କରିବାକୁ ଜିଦ୍ କରିବା ଉଚିତ ନୁହେଁ। କାରଣ ରାଜ୍ୟରେ ଶାନ୍ତି ବଜାୟ ରହୁ ବୋଲି ସମସ୍ତେ ଚାହାନ୍ତି।

ସମଗ୍ର କର୍ଣ୍ଣାଟକରେ ହିଜାବ ବିବାଦ ତେଜିବାରେ ଲାଗିବାରୁ କର୍ଣ୍ଣାଟକ ସରକାର ଗତ  ୮ ତାରିଖରୁ ୩ ଦିନ ପାଇଁ ରାଜ୍ୟର ସମସ୍ତ ସ୍କୁଲ, କଲେଜକୁ ବନ୍ଦ କରିଦେଇଥିଲେ। ଏହାର ଅବଧି ଆଜି ସରୁଛି।