ମଣିପୁର ବିଧାନସଭା ନିର୍ବାଚନ ତାରିଖ ଘୁଞ୍ଚିଲା
ମଣିପୁର ବିଧାନସଭା ନିର୍ବାଚନ ତାରିଖ ଘୁଞ୍ଚିଲା
ନୂଆଦିଲ୍ଲୀ: ମଣିପୁର ବିଧାନ ସଭା ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପ୍ରଥମ ପାର୍ୟ୍ୟାୟ ନିର୍ବାଚନ ଫେବୃଆରୀ ୨୭ ବଦଳରେ ୨୮ରେ ହେବ। ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ମାର୍ଚ୍ଚ ୩ ବଦଳରେ ମାର୍ଚ୍ଚ ୫ରେ ହେବ। ମାର୍ଚ୍ଚ ୧୦ରେ ଗଣତି ହେବ। ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଇମ୍ଫାଲର ପୂର୍ବ ଜିଲ୍ଲା ହିଂଙ୍ଗଗଙ୍ଗ ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ୬୦ ଆସନ ବିଶିଷ୍ଟ ମଣିପୁରରେ ନିର୍ବଚନକୁ ନେଇ ପ୍ରଚାର ଜୋର ଧରିଛି। ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ରାଜେଶ ଅଗ୍ରୱାଲଙ୍କ କହିବାନୁସାରେ, ଜାନୁଆରୀ ୮ରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରଠାରୁ ରାଜ୍ୟରେ ୧୫,୨୪୦ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜମା କରାଯାଇଛି । ଏଥିପାଇଁ ପୁଲିସ-ପ୍ରଶାସନ ନିରନ୍ତର ଉଦ୍ୟମ ଜାରି ରଖିଛି । ସେହିପରି ଏଠାରେ ଉଗ୍ରବାଦୀ ଗୋଷ୍ଠୀ ନିର୍ବାଚନ ଆୟୋଜନ ପାଇଁ ପ୍ରମୁଖ ସମସ୍ୟାର କାରଣ ପାଲଟିଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ୧୫-୨୦ ବିଦ୍ରୋହୀ ଗୋଷ୍ଠୀ ସକ୍ରିୟ ଅଛନ୍ତି । ମଣିପୁରରେ ସଶସ୍ତ୍ର ବାହିନୀର ସ୍ୱତନ୍ତ୍ର ଶକ୍ତି ଅଧିନିୟମ (ଏଫଏସପିଏ) କାର୍ୟ୍ୟକାରୀ ହେଉଛି । କିଛି ମାସ ପୂର୍ବେ ନାଗାଲାଣ୍ଡରେ ହୋଇଥିବା ଗୁଳିକାଣ୍ଡରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା




admin 