ହିଂସା ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ:ନିରଞ୍ଜନ

ହିଂସା ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ:ନିରଞ୍ଜନ

ହିଂସା ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ:ନିରଞ୍ଜନ
ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ଓଡ଼ିଶାରେ ସଂଗଠିତ ବିଭିନ୍ନ ହତ୍ୟାକାଣ୍ଡ ପାଇଁ ନିରଞ୍ଜନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି । ଏହି ପରିପ୍ରେକ୍ଷୀରେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାରେ ଯେ କୌଣସି ସ୍ଥାନରେ ହତ୍ୟାକାଣ୍ଡ ଘଟିଲେ ମନ୍ତ୍ରୀ ତଥା ଶାସକ ଦଳର ଲୋକଙ୍କ ନାମ ଆସୁଛି । ପିପିଲିରୁ ମାହାଙ୍ଗା, ରାୟଗଡ଼ାରୁ ନୟାଗଡ଼ ଯାଏଁ ସବୁ ଘଟଣାରେ ଶାସକ ଦଳର ସମ୍ପୃକ୍ତି ଅଭିଯୋଗ ଆସୁଛି । ଏହା ଦ୍ୱାରା ସାଧାରଣ ଲୋକଙ୍କ ସନେ୍ଦହ ହେଉଛି । ଗୃହ ବିଭାଗର ମୁଖିଆଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ପଦକ୍ଷେପ ନେଇନାହାନ୍ତି । ତେଣୁ ଏସବୁ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । କେବଳ ସେତିକି ନୁହେଁ ଲୋକଙ୍କ ଆସ୍ଥାଭାଜନ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।