ମମତାଙ୍କ କ୍ୟାବିନେଟରୁ ଆଉ ଜଣେ ମନ୍ତ୍ରୀଙ୍କ ଇସ୍ତଫା

ମମତାଙ୍କ କ୍ୟାବିନେଟରୁ ଆଉ ଜଣେ ମନ୍ତ୍ରୀଙ୍କ ଇସ୍ତଫା

ମମତାଙ୍କ କ୍ୟାବିନେଟରୁ ଆଉ ଜଣେ ମନ୍ତ୍ରୀଙ୍କ ଇସ୍ତଫା
କୋଲକାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁଣି ଝଟକା ଶୁଭେନ୍ଦୁ ଅଧିକାରୀଙ୍କ ପରେ ଆଉ ଜଣେ କ୍ୟାବିନେଟ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ମମତାଙ୍କ ୬୬ତମ ଜନ୍ମଦିନ ପାଳନ ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଲକ୍ଷ୍ମୀରତନ ଶୁକ୍ଳା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ମନ୍ତ୍ରୀ ପଦ ସହ ତୃଣମୂଳର ଜିଲ୍ଲାଧ୍ୟକ୍ଷ ପଦବିରୁ ଇସ୍ତଫା ଦେଇ ରାଜନୀତିରୁ ସନ୍ନ୍ୟାସ ନେବା ପାଇଁ ସଙ୍କେତ ଦେଇଛନ୍ତି ଶୁକ୍ଳା । ଏକଦା ମମତାଙ୍କ ଇଚ୍ଛାକୁ ‘ହୁକୁମ’ ବୋଲି କହୁଥିବା ଶୁକ୍ଳା ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନିକଟକୁ ପଠାଇବା ସହ ତାର ଏକ କପି ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି । ବେଙ୍ଗଲ ରଣଜୀ ଟିମର ପୂର୍ବତନ ଅଧିନାୟକ ତଥା ହାଓଡା (ଉତ୍ତର) ବିଧାୟକ ଶୁକ୍ଳା (୩୯) ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି, ତୃଣମୂଳର ପ୍ରାଥମିକ ସଦସ୍ୟ ପଦରେ ରହିବା ସହ ବିଧାୟକ ଦାୟିତ୍ୱ ତୁଲାଇବେ । ସେ ରାଜନୀତିରୁ ସନ୍ନ୍ୟାସ ନେଇ କି୍ରକେଟ ପାଇଁ ଅଧିକ ସମୟ ଦେବାକୁ ଚାହୁଁଛନ୍ତି ବୋଲି ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।