ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ କରୋନା

ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ କରୋନା

ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ କରୋନା
ଚଣ୍ଡୀଗଡ : କରୋନା କବଳରେ ଆଉ ଜଣେ ରାଜନେତା । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସୋମବାର ଖଟ୍ଟରଙ୍କ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହୋଇଛି । ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା କର୍ମୀ ଏବଂ ସହଯୋଗୀଙ୍କୁ ନିଜର କରୋନା ପରୀକ୍ଷଣ କରାଇବା ପାଇଁ ଖଟ୍ଟର ଅନୁରୋଧ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କରୋନା ପଜିଟିଭ୍ ଜଣାପଡିବା ପରେ ଆଇସୋଲେସନରେ ରହିଥିଲେ ଖଟ୍ଟର । ପୂର୍ବରୁ ବିଜେପିର ଏକାଧିକ କେନ୍ଦ୍ରମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ଶ୍ରୀପଦ ନାଏକ, ଗଜେନ୍ଦ୍ର ସିଂ ଶେଖାୱତ ଏବଂ ଅର୍ଜୁନ ମେଘାୱାଲ ପ୍ରମୁଖ କରୋନା ପଜିଟିଭ ସାବ୍ୟସ୍ତ ହୋଇଥିଲେ ।