ସ୍କୁଲ ବସକୁ ୨. ୩୩ ଲକ୍ଷ ଜରିମାନା

ସ୍କୁଲ ବସକୁ ୨. ୩୩ ଲକ୍ଷ ଜରିମାନା

ସ୍କୁଲ ବସକୁ ୨. ୩୩ ଲକ୍ଷ ଜରିମାନା

ଭୁବନେଶ୍ୱର: ଫିଟନେସ୍‌ ଯାଞ୍ଚ ବେଳେ ରାଜଧାନୀର ଏକ ସ୍କୁଲ ବସ୍‌କୁ ୨ ଲକ୍ଷ ୩୩ ହଜାର ଜରିମାନା ପଡ଼ିଛି ।  ଭୁବନେଶ୍ୱର ଡମଣା ଛକରେ ଆଜି ପରିବହନ ବିଭାଗ ଏକ ବସ୍‌ ଉପରେ ଏହି ଜରିମାନା ଲାଗୁ କରିବା ସହ ବସ୍‌ଟିକୁ ଜବତ କରାଯାଇଛି।

ବସ୍‌ ପରମିଟ୍, ବୀମା, ପଲ୍ୟୁସନ୍ ବାବଦରେ ଏହି ଫାଇନ୍ କଟାଯାଇଛି । ଟିକସ ବକେୟା ଅଭିଯୋଗରେ ୨ ଲକ୍ଷ ୫ ହଜାର, ପଲ୍ୟୁସନ୍ ପାଇଁ ୧୦ ହଜାର ଓ ପରମିଟ୍ ପାଇଁ ୧୦ ହଜାର ଟଙ୍କା ଜରିମାନା ପକାଯାଇଛି ।

ଗତ ୨୦ ତାରିଖରୁ ସ୍କୁଲ ଗାଡ଼ିର ଫିଟନେସ୍‌ ଯାଞ୍ଚ ଆରମ୍ଭ କରାଯାଇଛି। ପ୍ରଥମ ଦିନ ଚଢ଼ାଉ ସମୟରେ ହିଁ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ଏକ ଇଂଲିଶ ମିଡିୟମ ସ୍କୁଲ ବସ୍‌ ଉପରେ ୪ ଲକ୍ଷ ଟଙ୍କା ଫାଇନ୍‌ ପକାଇଥିଲା ପରିବହନ ବିଭାଗ।  ଟ୍ୟାକ୍ସ ପାଇଁ ୩.୮୦ ଲକ୍ଷ ଓ ଫିଟନେସ୍‌ ପାଇଁ ୨୧ ହଜାର ୫୦୦ ଜରିମାନା କରିଥିଲା ପରିବହନ ବିଭାଗ।