ସ୍କର୍ପିଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା, ୧୧ ମୃତ ୪ ଆହତ

ସ୍କର୍ପିଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା, ୧୧ ମୃତ ୪ ଆହତ

ସ୍କର୍ପିଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା, ୧୧ ମୃତ ୪ ଆହତ
ବିହାରର ମୁଜାଫରପୁର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ସ୍କର୍ପିଓ ଓ ଏକ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଘଟଣାସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମୁଜାଫରପୁରର କାନ୍ତି ଥାନା ଅନ୍ତର୍ଗତ ୨୮ ନମ୍ବର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଗୁରୁତରମାନଙ୍କୁ ନିକଟସ୍ଥ କୃଷ୍ଣା ମେଡିକାଲ କଲେଜରେ ଭର୍ତ୍ତି କରିଛି। ମୃତକମାନେ ମୁଜଫରପୁରର ହତୋଡି ଅଞ୍ଚଳର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କାଣ୍ଟି ଥାନା ଅଞ୍ଚଳରେ ଥିବା ଟରମା ଛକ ନିକଟରେ ଟ୍ରାକ୍ଟର ଏବଂ ସ୍କର୍ପିଓ ମଧ୍ୟରେ ଧକ୍କା ହୋଇଥିଲା। ଦୁର୍ଘଟଣା ଅଧିକ ଜୋର ହୋଇଥିବାରୁ ଘଟଣାସ୍ଥଳରେ ୭ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୪ ଜଣଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।