ସୋସିଆଲ୍ ମିଡ଼ିଆରେ କ୍ୟାରିୟର୍‌, ୨୫ରୁ ଆରମ୍ଭ କରି ୫୦ ହଜାର ରୋଜଗାର କରିପାରିବେ

ସୋସିଆଲ୍ ମିଡ଼ିଆରେ କ୍ୟାରିୟର୍‌, ୨୫ରୁ ଆରମ୍ଭ କରି ୫୦ ହଜାର ରୋଜଗାର କରିପାରିବେ

ସୋସିଆଲ୍ ମିଡ଼ିଆରେ କ୍ୟାରିୟର୍‌, ୨୫ରୁ ଆରମ୍ଭ କରି ୫୦ ହଜାର ରୋଜଗାର କରିପାରିବେ
ଟେକ୍‌ନୋଲୋଜି ପ୍ରିୟ ଯୁବିପିଢ଼ି ପାଇଁ ଏବେ ବିଭିନ୍ନ ଅଣପାରମ୍ପାରିକ କ୍ଷେତ୍ରରେ ସୃଷ୍ଟି ହୋଇଛି ନିଯୁକ୍ତି ସୁଯୋଗ । ସେଥିମଧ୍ୟରୁ ସୋସିଆଲ୍ ମିଡ଼ିଆ ବା ସାମାଜିକ ଗଣମାଧ୍ୟମ ହେଉଛି ଏମିତି ଏକ କ୍ଷେତ୍ର ଯାହା ସାରା ଦୂନିଆ ସହିତ ସମ୍ପର୍କ ଯୋଡ଼ିବାରେ ସାହାଯ୍ୟ କରିବା ସହ କ୍ୟାରିୟର ଗଢ଼ିବାର ସୁଯୋଗ ମଧ୍ୟ ସୃଷ୍ଟି କରିଛି । ଯଦି ସୋସିଆଲ୍ ମିଡ଼ିଆର ଦୂନିଆ ଆପଣଙ୍କୁ ପସନ୍ଦ ଲାଗୁଥାଏ ଆଉ ଆପଣର କିଛିଟା ବୈଷୟିକ ଦକ୍ଷତା ଥାଏ ତାହେଲେ ସୋସିଆଲ ମିଡ଼ିଆ ମ୍ୟାନେଜର ଭାବରେ ନିଜର ଏକ ନୂଆ କ୍ୟାରିୟର ଆରମ୍ଭ କରିପାରିବେ । ଏବେ ସୋସିଆଲ୍ ମିଡ଼ିଆ ମ୍ୟାନେଜରଙ୍କର ଚାହିଦା ପ୍ରାୟ ଅଧିକାଂଶ କ୍ଷେତ୍ରରେ ଦେଖା ଦେଲାଣି । ଯେଉଁମାନେ ଏଥିରେ ବିଶେଷ ଦକ୍ଷତା ଅର୍ଜନ କରିଛନ୍ତି ସେମାନଙ୍କ ପାଇଁ ଅର୍ଥ ରୋଜଗାର ଆଉ ସମସ୍ୟା ହୋଇ ରହିନାହିଁ । ଏବେ ଆସନ୍ତୁ ଜାଣିବା ସୋସିଆଲ ମିଡ଼ିଆ ମ୍ୟାନେଜରଙ୍କ କାମ କ’ଣ । ଏବେ ଫେସ୍‌ବୁକ୍‌, ଟ୍ୱିଟର୍‌, ଇନ୍‌ଷ୍ଟାଗ୍ରାମ୍‌, ୟୂଟ୍ୟୁବ୍ ଭଳି ସୋସିଆଲ୍ ମିଡ଼ିଆ ପ୍ଲାଟଫମ୍‌ର୍ରେ ବିଭିନ୍ନ କମ୍ପାନୀ ନିଜ ନିଜ ପ୍ରଡକ୍ଟ ଆଉ ସର୍ଭିସର ଖୁବ୍ ପ୍ରଚାର ପ୍ରସାର କରୁଛନ୍ତି । ଏଥିରେ ହିଁ ରହିଥାଏ ସୋସିଆଲ୍ ମିଡ଼ିଆ ମ୍ୟାନେଜରଙ୍କର ସବୁଠୁ ବଡ଼ ଭୂମିକା । ତାଙ୍କର କାର୍ୟ୍ୟ ହେଲା କୌଣସି ବ୍ରାଣ୍ଡ୍‌କୁ ସଠିକ୍ ଢ଼ଙ୍ଗରେ ଅନ୍‌ଲାଇନ୍ ବା ସୋସିଆଲ୍ ମିଡ଼ିଆ ପ୍ଲାଟଫମ୍‌ର୍ ପାଇଁ ପ୍ରସ୍ତୁତ କରିବା ଏବଂ କଷ୍ଟମର୍ ଆଉ କ୍ଲାଏଂଟ୍ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ସ୍ଥାପନ କରେଇବା । କେଉଁ ବ୍ରାଣ୍ଡ୍ ପାଇଁ କେଉଁ ସୋସିଆଲ୍ ମିଡ଼ିଆ ପ୍ଲାଟଫମ୍‌ର୍ କେଉଁ ସମୟରେ ସବୁଠୁଁ ଲାଭଦାୟକ ହେବ ତା’ର ରଣନୀତି ବା ଷ୍ଟ୍ରାଟେଜି ତିଆରି କରିବା ବି ମିଡ଼ିଆ ମ୍ୟାନେଜରଙ୍କ କାର୍ୟ୍ୟ ପରିସରର ଦାୟିତ୍ୱ । ଏବେ ମନରେ ପ୍ରଶ୍ନ ଆସୁଥିବ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ରହିଛି କି? ଏଥିପାଇଁ କୌଣସି ବିଶେଷ ଶିକ୍ଷା ଆ ତାଲିମ୍ ଗ୍ରହଣ କରିବାକୁ ପଡ଼େ କି? ହଁ, ଏଥିପାଇଁ ଇଂରାଜି ଭାଷାର ଜ୍ଞାନ୍ ସହିତ ମାସ୍ କମ୍ୟୁନିକେସନ୍‌ରେ ଯୋଗ୍ୟତା ଥିଲେ କ୍ୟାରିୟର ପାଇଁ ଭଲ ବା ସହଜରେ କାମ ହୋଇ ପାରିବ ବୋଲି କହିପାରିବା । ଯଦିଓ ଭଲ କମ୍ୟୁନିକେସନ୍ ଦକ୍ଷତା, ଥିବା ଇଂଜିନିୟରିଂ, ଆଟ୍‌ସ, କମର୍ସ ଗ୍ରାଜୁଏଟ୍ ମଧ୍ୟ ଏଥିରେ ନିଜ ପାଇଁ କ୍ୟାରିୟର ବାଛିପାରିବେ । ତେବେ ସୋସିଆଲ୍ ମିଡ଼ିଆ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ବଢ଼ୁଥିବା ଦେଖି ଏବେ ଅ÷ନେକ ଶିକ୍ଷାନୁଷ୍ଠାନ୍ ଏଥିପାଇଁ କୋର୍ସ ମଧ୍ୟ ଆରମ୍ଭ କଲେଣି । ଇଂଟରନେଟ୍ ଆଣ୍ଡ୍ ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ଆଉ ଏକ ଘରୋଇ ସଂସ୍ଥା ସହିତ ମିଶି ସୋସିଆଲ୍ ମିଡ଼ିଆ କୋର୍ସ ଆରମ୍ଭ କରିଛନ୍ତି । ଏବେ ଜାଣିବାକୁ ଇଛା ହେଉଥିବ ଏହି କ୍ଷେତ୍ରରେ ରୋଜଗାରର କ’ଣ ସୁଯୋଗ ରହିଛି । ବିଭିନ୍ନ ସଂସ୍ଥା ପାଇଁ କାମ କରିବାର ସୁଯୋଗ ମିଳିଲେ ରେଜଗାରରେ ତାରତମ୍ୟ ରହିପାରେ । ଆରମ୍ଭରୁ କମ୍ ଅଭିଜ୍ଞତାସମ୍ପନ୍ନ ପ୍ରାର୍ଥୀଙ୍କ ପାଇଁ ଯଦିଓ କମ୍ ରୋଜଗାରର ସୁଯୋଗ ରହିଛି ମାତ୍ର ଅଭିଜ୍ଞ ପ୍ରାର୍ଥୀଙ୍କ ପାଇଁ ଏହାର କୌଣସି ନିର୍ଦ୍ଦିଷ୍ଟ ସୀମା ନାହିଁ । ତେବେ ଏଥିରେ ୨୫ ହଜାରରୁ ଆରମ୍ଭ କରି ଜଣେ ୫୦ ହଜାର ବା ତା ଠାରୁ ଅଧିକ ରୋଜଗାର କରିପାରିବେ । ଆଉଥରେ ମନେରଖନ୍ତୁ, ଆପଣ ଯଦି କୌଣସି କମ୍ପାନୀକୁ ଅଧିକ ଆଥିକ ଲାଭ ଦେଇପାରିବେ ତାହେଲେ ଆପଣ ମଧ୍ୟ ଅଧିକ ରୋଜଗାର କରିପାରିବେ ।