ଚତୁର୍ଥ ଦିନ ପାଇଁ କମିଲା ସୁନା ଦର

ଚତୁର୍ଥ ଦିନ ପାଇଁ କମିଲା ସୁନା ଦର

ଚତୁର୍ଥ ଦିନ ପାଇଁ କମିଲା ସୁନା ଦର
ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ୪ ଦିନ ହେଲା ସୁନା ଓ ରୂପା ଦର ହ୍ରାସ ପାଉଛି । ଗତ ୪ ଦିନ ମଧ୍ୟରେ ସୁନା ଦର ୧୦ ଗ୍ରାମ ପିଛା ୧୭୦୦ ଟଙ୍କା କମିଯାଇଛି । ଆମେରିକା ସରକାର କରୋନା ରୋଗୀଙ୍କ ପାଇଁ ପ୍ଲାଜମା ଚିକିତ୍ସାକୁ ଅନୁମତି ଦେବା ପରେ ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ସୁନା ଓ ରୂପା ବଜାର ଉପରେ ପଡ଼ିଛି । ନିବେଶକମାନେ ରିସ୍କ ନେଇ ପୁଞ୍ଜି ବଜାରରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଫଳରେ ସୁନା ରୂପା ଦାମ ହ୍ରାସ ପାଇଛି । ସେପ୍ଟେମ୍ବର ମାସରେ ପ୍ରଦାନ କରାଯିବାକୁ ଥିବା ସୁନା ମୂଲ୍ୟ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ୧୦ ଗ୍ରାମ ପିଛା ୦.୩ ପ୍ରତିଶତ ହ୍ରାସ ପାଇ ୫୧,୮୬୫ ଟଙ୍କାକୁ ଖସି ଆସିଛି । ସେହିଭଳି କିଲୋଗ୍ରାମ ପିଛା ରୂପା ଦର ଏମସିଏକ୍ସରେ ପାଖାପାଖି ୧ ପ୍ରତିଶତ ହ୍ରାସ ଘଟି ୬୬୪୨୬ ଟଙ୍କା ରହିଛି । ଗତ ୪ ଦିନ ମଧ୍ୟରେ ସୁନା ଦର ପ୍ରାୟ ୧୭୦୦ ଟଙ୍କା ତଳକୁ ଖସିଛି ।