ଓଭରଡ୍ରଫ୍ଟକୁ କୋହଳ ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର
ଓଭରଡ୍ରଫ୍ଟକୁ କୋହଳ ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର
admin
May 5, 2021 - 06:24
Updated: May 5, 2021 - 06:24
ନୂଆଦିଲ୍ଲୀ: ଆରବିଆଇ ପକ୍ଷରୁ ରାଜ୍ୟ ସରକାରଙ୍କ ଉପରେ ଓଭରଡ୍ରଫ୍ଟକୁ କୋହଳ ଘୋଷଣା କରାଯାଇଛି । ଏହା କରୋନାର ଦ୍ୱିତୟ ଲହରକୁ ମୁକାବିଲାରେ ସହାୟକ ହେବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି । ଦେଶର କରୋନା ସ୍ଥିତି ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।
ସେ କହିଛନ୍ତି ଯେ, ଗତ ବର୍ଷରୁ କରୋନା ସହ ସାରା ଦେଶ ଲଢୁଛି । କରୋନାର ଦ୍ୱିତୀୟ ଲହର ପାଇଁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି । କରୋନା ପ୍ରଭାବରୁ ବିଶ୍ୱ ଅର୍ଥନୀତି ଆସ୍ତେ ଆସ୍ତେ ମୁକୁଳୁଛି । ପରିସ୍ଥିତି ଉପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନଜର ରଖିଛି । ଲୋକଙ୍କ ପାଇଁ ନୂଆ କୋଭିଡ ଲୋନ ବୁକ ପ୍ରକ୍ରିୟା ଆରମ୍ଭ ହୋଇଛି । କରୋନା ପ୍ରଭାବିତଙ୍କ ପାଇଁ ଲଙ୍ଗଟର୍ମ ଲୋନ ବ୍ୟବସ୍ଥା କରାଯାଇଛି । ଛୋଟ ଛୋଟ ବ୍ୟାଙ୍କମାନେ ପ୍ରଭାବିତଙ୍କୁ ଋଣ ଯୋଗାଇ ଦେବେ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ଏଥିସହ ୨୦୨୧-୨୨ରେ ଦେଶର ଅର୍ଥନୀତି ସ୍ଥିର ରହିବ ନେଇ ସେ ଆଶାବ୍ୟକ୍ତ କରିଛନ୍ତି ।
ପ୍ରକାଶ ଯେ, ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଯାହାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ରାଜ୍ୟରେ କଟକଣା ଜାରି କରାଯାଇଛି । ଫଳରେ ବ୍ୟବସାୟ କ୍ଷେତ୍ରରେ ମାନ୍ଦାଅବସ୍ଥା ଦେଖାଦେଇଛି । କରୋନାରେ ଜୀବିକା ହରାଇ ବହୁ ଲୋକ ବେକାର ହୋଇଛନ୍ତି ।