ଲଣ୍ଡନରୁ ଗିରଫ ହେଲେ ନିରବ ମୋଦି

ଲଣ୍ଡନରୁ ଗିରଫ ହେଲେ ନିରବ ମୋଦି

ଲଣ୍ଡନରୁ ଗିରଫ ହେଲେ ନିରବ ମୋଦି
ନୂଆଦିଲ୍ଲୀ: ଗିରଫ ହେଲେ ପିଏନବି ମହାଠକେଇର ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ପୁଲିସ୍ ଗିରଫ କରିଛି । ୧୩ ହଜାର ୫୦୦ କୋଟିର ପିଏନବି ଦୁର୍ନୀତିରେ ସମ୍ପୃକ୍ତ ନୀରବଙ୍କୁ ଲଣ୍ଡନ ପୁଲିସ ଗିରଫ କରିଛି । ଇଡି ଅନୁରୋଧରେ ଲଣ୍ଡନ କୋର୍ଟ ନୀରବଙ୍କ ବିରୋଧରେ ୱରେଣ୍ଟ ଜାରି କରିଥିଲେ । ପିଏନବି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ନୀରବ ଦେଶ ଛାଡ଼ି ପଳାଇଥିଲେ । ଭାରତ ସରକାରଙ୍କ ପକ୍ଷରୁ ତାଙ୍କ ପାସପୋର୍ଟ ରଦ୍ଧ କରାଯାଇଥିଲେ ମଧ୍ୟ ସେ ପୁରୁଣା ପାସପୋର୍ଟରେ ଲଣ୍ଡନରେ ଥିଲେ । ଲଣ୍ଡନରେ ସେ ବୁଲୁଥିବା ବେଳେ ଆଜି ପୁଲିସ୍ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ବ୍ୟବସ୍ଥା ପ୍ରକ୍ରିୟା ଜାରି ରହିଛି ।