ସୂର୍ଯ୍ୟବଂଶୀର ସୁନ୍ଦରୀ
ସୂର୍ଯ୍ୟବଂଶୀର ସୁନ୍ଦରୀ
admin
Mar 9, 2020 - 05:15
Updated: Mar 9, 2020 - 05:15
ନମସ୍ତେ ଲଣ୍ଡନ, ହମକୋ ଦିୱାନା କରଗୟେ, ତିସ ମାର ଖାନ ଆଦି ଚଳଚ୍ଚିତ୍ରର ପରିଚିତ ଯୋଡ଼ି ଅକ୍ଷୟ-କ୍ୟାଟି୍ରନାଙ୍କୁ ପୁଣି ପରଦାରେ ଏକାଠି ଦେଖିବାକୁ ମିଳିବ । ଅକ୍ଷୟ କ୍ୟାଟଙ୍କ ଆଗାମୀ ସିନେମା ‘ସୂର୍ଯ୍ୟବଂଶୀ’ ଚଳିତ ମାସ ଶେଷ ସପ୍ତାହରେ ମୁକ୍ତିଲାଭ କରିବ । ଦର୍ଶକଙ୍କ ଭିତରେ ଉକ୍ରଣ୍ଠା ତ କହିଲେ ନ ସରେ । କାରଣ ରୂପେଲି ପରଦାରେ ଅକ୍ଷୟ କୁମାର ଓ କ୍ୟାଟି୍ରନା କୈଫଙ୍କ କେମେଷ୍ଟି୍ର କମ୍ବିନେସନ ସତେ ଯେମିତି କନ୍ଦର୍ପ-ଉର୍ବସୀ । ପୂର୍ବରୁ ଏଇ ଯୋଡ଼ିଙ୍କୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । କ୍ୟାଟି୍ରନାଙ୍କ ସହ ପୁଣି ଥରେ ଯୋଡ଼ି ସାଜିଥିବାରୁ ଅକ୍ଷୟ କୁମାର କ୍ୟାଟଙ୍କୁ ଖୁବ ତାରିଫ କରି କହିଛନ୍ତି ‘କ୍ୟାଟି୍ରନା ଅନ୍ୟ ଅଭିନେତ୍ରୀଙ୍କ ତୁଳନାରେ ଖୁବ ସୁନ୍ଦର ଓ ପୋଖତ ଡ୍ୟାନ୍ସର । ଆଗ ଅପେକ୍ଷା କ୍ୟାଟି୍ରନାଙ୍କ ଅଭିନୟରେ ପରିପକ୍ୱତା ଦେଖିବାକୁ ମିଳିଛି ।’ ନିକଟରେ ‘ସୂର୍ଯ୍ୟବଂଶୀ’ ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇଛି । ୪ ମିନିଟ ୧୫ ସେକେଣ୍ଡ ଅବଧିର ଏହି ଟ୍ରେଲରରେ ଜବରଦସ୍ତ ଆକସନ ଓ ଡ୍ରାମା ଦେଖିବାକୁ ମିଳିଛି । ଅକ୍ଷୟ କୁମାରଙ୍କ ଏହି ଆକସନ ପ୍ୟାକ ଫିଲ୍ମରେ ସିଂଘମ ଓ ସିମ୍ବା ଅର୍ଥାତ ଅଜୟ ଦେବଗନ ଓ ରଣବୀର ସିଂହଙ୍କ ଧମାକା ବି ଦେଖିବାକୁ ମିଳିବ । ଟ୍ରେଲରରେ କାହାଣୀର କିଛିଟା ଝଲକ ଦେଖିବାକୁ ମିଳିଛି । ଏଥିରେ ଅକ୍ଷୟ ଜଣେ ଏଟିଏସ ଅଫିସର ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ଇଣ୍ଡଷ୍ଟି୍ରର ତିନି ଜଣ ହାଇ ପ୍ରୋଫାଇଲ ହିରୋ ଥିଲେ ମଧ୍ୟ ସୂର୍ଯ୍ୟବଂଶୀର ସୁନ୍ଦରୀ କ୍ୟାଟି୍ରନାଙ୍କୁ ଦେଖିବାକୁ ଦର୍ଶକ ଅପେକ୍ଷା କରିଛନ୍ତି ।