ସୁର ରାଉତରାୟଙ୍କୁ କରୋନା
ସୁର ରାଉତରାୟଙ୍କୁ କରୋନା
ଭୁବନେଶ୍ୱର:ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କରୋନା ସଂକ୍ରମିତ୍ର ହୋଇଛନ୍ତି। ତାଙ୍କ ପତ୍ନୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ସାମନ୍ୟ ଜ୍ୱର ଓ ଥଣ୍ଡାରେ ପୀଡିତ ହେବା ପରେ ସେ କରୋନା ପରୀକ୍ଷା କରାଇଥିଲେ। ରିପୋର୍ଟ ପଜିଟିଭ ଆସିବା ପରେ ବିଧାୟକ ଶ୍ରୀ ରାଉତରାୟ ଓ ତାଙ୍କ ପତ୍ନୀ ଏବେ କ୍ୱାରେଣ୍ଟାଇନରେ ଅଛନ୍ତି। ଘରେ ରହି ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ହେଉଛନ୍ତି। ତାଙ୍କ କରୋନା ଆକ୍ରାନ୍ତ ହୋଇଥିବା ଖବର ଜଣାପଡ଼ିବା ପରେ ଶୁଭେଛୁ ଓ ସମର୍ଥକଙ୍କ ସହ ବହୁ ରାଜନୈତିକ ବ୍ୟକ୍ତିବିଶେଷ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଗତବର୍ଷଠାରୁ କରୋନା ଆରମ୍ଭ ହୋଇଥିଲେ ହେଁ ସୁର ବିନା କୌଣସି ଡରରେ ଲୋକଙ୍କ ସୁଖଦୁଃଖରେ ଲୋକଙ୍କ ଗହଣରେ ସମୟ ବିତାଉଥିଲେ। ଯେତେବେଳେ କରୋନା ଭୟରେ ସବୁ ନେତା, ମନ୍ତ୍ରୀ ବାହାରକୁ ଯାଉନଥିଲେ, ସୁର ସକାଳୁ ରାତି ଯାଏଁ ଲୋକଙ୍କ ସୁଖ ଦୁଃଖ ବୁଝୁଥିଲେ। ଏପରିକି ଲୋକଙ୍କ କଥା ବୁଝିବାକୁ ମେଡିକାଲ ବି ଯାଉଥିଲେ । କରୋନାକୁ ଟିକିଏ ବି ଡରୁନଥିଲେ। ଶେଷରେ ସେ କରୋନା ଆକ୍ରାନ୍ତ ହୋଇଛନ୍ତି।




admin 