୫ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ବଦଳି

୫ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ବଦଳି

୫ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ସ୍ତରରେ ରାଜ୍ୟ ସରକାର ଆଜି ଏକ ଅଦଳବଦଳ କରିଛନ୍ତି । ଏଥିରେ ୫ ଜଣ ଅଧିକାରୀଙ୍କର ବଦଳି ହୋଇଛି ।

ବିନୟାନନ୍ଦ ଝା: ଓଡ଼ିଶା ମାନବାଧିକାର କମିଶନର ଏଡିଜି ଭାବେ କାର୍ୟ୍ୟ କରୁଥିବା ୧୯୮୮ ବ୍ୟାଚ୍ ର ଅଧିକାରୀ ବିନୟାନନ୍ଦ ଝାଙ୍କୁ ଗୃହ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରାଯାଇଛି ।

ପ୍ରଣବିନ୍ଦୁ ଆଚାର୍ୟ୍ୟ: ରେଳବାଇ ପୁଲିସ ଅତିରିକ୍ତ ଡିଜି ୧୯୮୯ ବ୍ୟାଚ୍ ଅଧିକାରୀ ପ୍ରଣବିନ୍ଦୁ ଆଚାର୍ୟ୍ୟଙ୍କୁ ଶ୍ରୀ ଝାଙ୍କ ଜାଗାରେ ଓଡ଼ିଶା ମାନବାଧିକାର କମିଶନର ଏଡିଜି ଭାବେ ଅବସ୍ଥାପିତ କରାଯାଇଛି ।

ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ: ଗୃହ ବିଭାଗରେ ଓଏସଡି ଭାବେ କାର୍ୟ୍ୟରତ ୧୯୯୦ ବ୍ୟାଚ୍ ଅଧିକାରୀ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ରେଲୱେ ଏବଂ କୋଷ୍ଟାଲ୍ ସିକ୍ୟୁରିଟିର ଅତିରିକ୍ତ ଡିଜି ଭାବେ ବଦଳି କରାଯାଇଛି ।

ସାଫିନ୍ ଅହମ୍ମଦ: ଆଇଜି, ଟେକ୍ନିକାଲ୍ ଭାବେ କାର୍ୟ୍ୟ କରୁଥିବା ୨୦୦୩ ବ୍ୟାଚ୍ ଅଧିକାରୀ ସାଫିନ୍ ଅହମ୍ମଦଙ୍କୁ ଅଗ୍ନିଶମ ଏବଂ ହୋମଗାର୍ଡ ବିଭାଗର ଆଇଜି ଭାବେ ଅବସ୍ଥାପିତ କରାଯାଇଛି ।

ଏଲ. ଦିବ୍ୟା: କ୍ରାଇମବ୍ରାଞ୍ଚ ଏସପି ଭାବେ କାର୍ୟ୍ୟରତ ୨୦୧୩ ବ୍ୟାଚ୍ ଅଧିକାରୀ ମିସ୍ ଏଲ. ଦିବ୍ୟାଙ୍କୁ ଢ଼େଙ୍କାନାଳ ଏସପି ଭାବେ ବଦଳି କରାଯାଇଛି ।

ଗୃହ ବିଭାଗ ପକ୍ଷରୁ ଏହି ବଦଳି ବିଜ୍ଞପ୍ତି ପ୍ରକାଶ ପାଇଛି।