ସିଏଏ ବିରୋଧି ହିଂସା ପାଇଁ କିଏ କିଏ ନେଇଛନ୍ତି କେତେ ଟଙ୍କା ଆସନ୍ତୁ ଜାଣିବା
ସିଏଏ ବିରୋଧି ହିଂସା ପାଇଁ କିଏ କିଏ ନେଇଛନ୍ତି କେତେ ଟଙ୍କା ଆସନ୍ତୁ ଜାଣିବା
admin
Jan 28, 2020 - 05:47
Updated: Jan 28, 2020 - 05:47
ନୂଆଦିଲ୍ଲୀ - ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ଉତ୍ତର ପ୍ରଦେଶରେ ହୋଇଥିବା ଭୟଙ୍କର ହିଂସା ପାଇଁ ପଛରେ କେରଳର ପିଏଫ୍ଆଇ (ପପୁଲାର୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ) ନାମକ ମୁସଲିମ୍ ସଂଗଠନର ହାତ ଅଛି । କେନ୍ଦ୍ର ସରକାରଙ୍କ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ ପକ୍ଷରୁ ଏହି ଦାବି କରାଯାଇଛି । ଏହି ସଂସ୍ଥା ବିଭିନ୍ନ ବ୍ୟକ୍ତି ପ୍ରତିଷ୍ଠିତ ବ୍ୟକ୍ତି ଏବଂ ସଂସ୍ଥାଙ୍କ ଆକାଉଣ୍ଟକୁ ୧୨୦ କୋଟି ଟଙ୍କା ପଠାଇଛି । ସେମାନଙ୍କ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ତଥା ସୁପ୍ରିମ କୋର୍ଟର ବିଚାରପତି କପିଲ ସିବଲ୍ ଏବଂ ଇନ୍ଦିରା ଜୟସିଂହ ପ୍ରଭୃତିଙ୍କ ନାମ ରହିଛି । ୨୦୧୮ ମସିହାରୁ ପିଏଫ୍ଆଇ ବିରୋଧରେ ଆସିଥିବା ମନି ଲଣ୍ଡରିଂ ମାମଲାର ତଦନ୍ତ ଇଡି କରୁଛି । ଏହି ତଦନ୍ତ ବେଳେ ଇଡି ଜାଣିବାକୁ ପାଇଛି ଯେ, ସଂସଦରେ ଗତବର୍ଷ ନାଗରିକତା ସଂଶୋଧନ ଆଇନ ଗୃହୀତ ହେବା ପରେ ଉତ୍ତର ପ୍ରଦେଶରେ ଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଅତିକମରେ ୧୨୦ କୋଟି ଟଙ୍କା ଜମା ହୋଇଛି । ପିଏଫ୍ଆଇ ଏହାର ଅନ୍ୟ ସହଯୋଗୀ ସଂସ୍ଥା ମାଧ୍ୟମରେ ଉତ୍ତର ପ୍ରଦେଶରେ ସିଏଏ ବିରୋଧୀ ହିଂସାକୁ ଉସୁକାଇଥିଲା ବୋଲି ସନେ୍ଦହ କରାଯାଉଛି । ଇଡି ମଧ୍ୟ ତଦନ୍ତ ବେଳେ ଏହାର ପ୍ରମାଣ ପାଇଥିବା କୁହାଯାଉଛି । ଇଡି ଏ ସଂକ୍ରାନ୍ତ ତଦନ୍ତ ରିପୋର୍ଟକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ପଠାଇ ଦେଇଛି । ଯାଞ୍ଚ ବେଳେ ୭୩ଟି ବ୍ୟାଙ୍କ ଖାତା ସମ୍ପର୍କରେ ସୂଚନା ମଳିଛି ଯେଉଁଥିରେ ପିଏଫ୍ଆଇର ୨୭ଟି, ଏହାର ସହଯୋଗୀ ସଂସ୍ଥା ଆଇଆଇଏଫର ୯ଟି ଏବଂ ଅନ୍ୟ ବ୍ୟକ୍ତି ଏବଂ ସଂସ୍ଥାଙ୍କ ୩୭ଟି ଖାତା ରହିଛି । ତେବେ ପିଏଫଆଇ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ସିଏଏ ବିରୋଧୀ ହିଂସା ପାଇଁ ଏହା ଦିଆଯାଇନାହିଁ । ତେବେ ୨୦୧୭ ହାଦିୟା ମାମଲାରେ ଓକିଲଙ୍କ ଫି ବାବଦରେ ଏହି ରାଶି ଦିଆଯାଇଥିବା କୁହାଯାଇଛି । କପିଲ ସିବଲ ମଧ୍ୟ ଇଡିର ଏହି ଦାବିକୁ ଖଣ୍ଡନ କରିଛନ୍ତି । ଦାବିୟା ମାମଲା ପରିଚାଳନା ବାବଦରେ ଏହି ରାଶି ପିଏଫ୍ଆଇ ଠାରୁ ମିଳିଥିବା ଶ୍ରୀ ସିବଲ କହିଛନ୍ତି । ଇନ୍ଦିରା ଜୟସିଂହ ପିଏଫଆଇଠାରୁ କୌଣସି ସମୟରେ କିଛି ଅର୍ଥ ନେଇନାହାନ୍ତି ବୋଲି କହିଛନ୍ତି ।