ସାମ୍ବାଦିକ ହିଂସା ବିରୋଧୀ ଦିବସ

ସାମ୍ବାଦିକ ହିଂସା ବିରୋଧୀ ଦିବସ

ସାମ୍ବାଦିକ ହିଂସା ବିରୋଧୀ ଦିବସ
ବିଶ୍ୱସ୍ତରରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ସଂଖ୍ୟା କ୍ରମଶଃ ବଢ଼ି ଚାଲିଛି । ଭାରତରେ ମଧ୍ୟ ସାମ୍ବାଦିକମାନେ ଅପରାଧୀ, ଖଳ ବ୍ୟବସାୟୀ ଓ ରାଜନେତାଙ୍କ ଆକ୍ରୋଶ ହିଂସାର ଶିକାର ହେଉଛନ୍ତି । ଅନେକ କ୍ଷେତ୍ରରେ ଅପରାଧ ଘଟାଉଥିବା ବ୍ୟକ୍ତି ଧରାପଡ଼ୁନାହାନ୍ତି । ଯଦି ବି କେହି ଧରାପଡ଼ୁଛନ୍ତି, ପ୍ରତି ଦେଶରୁ ଗୋଟିଏ ମାମଲାରେ ଅପରାଧୀ ଦଣ୍ଡ ପାଉଛନ୍ତି । ଅଧିକାଂଶ ଖଲାସ ହୋଇଯାଉଛନ୍ତି । କର୍ତ୍ତବ୍ୟରତ ସାମ୍ବାଦିକଙ୍କ ବିରୋଧରେ ହିଂସା ଏକ ଗୁରୁତର ବିଷୟ । ଏ ବାବଦରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ‘ଜାତି ସଂଘ’ର ଅନୁମୋଦନକ୍ରମେ ପ୍ରତିବର୍ଷ ନଭେମ୍ବର ୨ ତାରିଖରେ ପାଳନ କରାଯାଉଛି ‘ଇଣ୍ଟରନ୍ୟାସନାଲ ଡେ ଟୁ ଏଣ୍ଡ ଇମ୍ପୁ୍ୟନିଟି ଫର କ୍ରାଇମ ଏଗେନଷ୍ଟ ଜର୍ନାଲିଷ୍ଟସ’ ବା ‘ସାମ୍ବାଦିକ ବିରୋଧୀ ଅପରାଧରୁ ଅପରାଧୀଙ୍କୁ ମୁକ୍ତି ଦେବା ବନ୍ଦ ନିମନ୍ତେ ଅନ୍ତର୍ଜାତୀୟ ଦିବସ’ ଉଲ୍ଲେଖଯୋଗ୍ୟ ଯେ, ୨୦୦୯ ନଭେମ୍ବର ଏହି ଦିନରେ ଫିଲିପନସର ଆମପାଟୁଆନ ସହରରେ ଏକ ବର୍ବର ହିଂସାକାଣ୍ଡ ଘଟିଥିଲା ।