ସାଇକେଲ୍କୁ ଅପମାନ, ପୂରା ଦେଶକୁ ଅପମାନ: ଅଖିଳେଶ
ସାଇକେଲ୍କୁ ଅପମାନ, ପୂରା ଦେଶକୁ ଅପମାନ: ଅଖିଳେଶ
ନୂଆଦିଲ୍ଲୀ: ଆତଙ୍କବାଦୀମାନେ ସାଇକେଲ୍ ବୋମାକୁ ବ୍ୟବହାର କରିଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ଏକ ନିର୍ବାଚନୀ ସଭାରେ ସାଇକେଲ୍କୁ ନେଇ କଟାକ୍ଷ କରିଥିଲେ। ଅନ୍ୟପକ୍ଷରେ ସାଇକେଲ୍ ସମାଜବାଦୀ ପାର୍ଟିର ନିର୍ବାଚନୀ ସଂକେତ ହୋଇଥିବାରୁ ଏହାର ଜବାବ ରଖିଛନ୍ତି ସମାଜାବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ। ସାଇକେଲକୁ ଅପମାନିତ କରିବା ଅର୍ଥ ପୂରା ଦେଶକୁ ଅପମାନିତ କରିବା ସହ ସମାନ ବୋଲି ସେ କହିଛନ୍ତି।
ଅଖିଲେଶ ଯାଦବ ଟ୍ୱିଟ କରି ସାଇକେଲ ସାଧାରଣ ଲୋକଙ୍କ ବାହାନ ଭାବେ ଅବିହିତ କରିଛନ୍ତି। ଏଥିସହ ସେ ସାଇକେଲର ଗୋଟିଏ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ସାଇକେଲ ଚାଷୀଙ୍କୁ କ୍ଷେତ ସହ ଯୋଡ଼ି ଏହାର ସମୃଦ୍ଧି ପ୍ରତିଷ୍ଠା କରିଥାଏ। ସାମାଜିକ ପ୍ରତିବନ୍ଧକକୁ ଭାଙ୍ଗି ଝିଅମାନଙ୍କୁ ସ୍କୁଲରେ ଛାଡ଼ି ଥାଏ ଆମ ସାଇକେଲ। ମହଙ୍ଗା ମାଡ଼ର ପ୍ରଭାବ ଏହା ଉପରେ ପଡ଼େନାହିଁ, ଏହା ଆଗକୁ ବଢ଼ି ଥାଏ। ସାଇକେଲ ସାଧାରଣ ଲୋକଙ୍କ ବିମାନ। ଗ୍ରାମାଣୀ ଅଞ୍ଚଳର ଅଭିମାନ ହେଉଛି ସାଇକେଲ। ତେଣୁ ସାଇକେଲର ଅପମାନ ପୂରା ଦେଶର ଅପମାନ ବୋଲି ଅଖିଳେଶ କହିଛନ୍ତି।
ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଇକେଲକୁ ଆତଙ୍କବାଦୀଙ୍କ ଚିହ୍ନ ଭାବେ ଅଭିହିତ କରିଥିଲେ। ୨୦୦୮ ସିରିଜ ବୋମା ବିସ୍ଫୋରଣ ଘଟଣାରେ ୪୯ ଜଣ ଦୋଷୀ ସାବ୍ୟସ୍ତ ହେବା ପରେ ଏହାକୁ ଆଧାର କରି ମୋଦି ସମାଜବାଦୀ ପାର୍ଟିର ସାଇକେଲ ଚିହ୍ନକୁ ଟାର୍ଗେଟ କରିଥିଲେ।