ବିଜେପିର କାର୍ଟୁନ୍‌କୁ ନେଇ ବିବାଦ

ବିଜେପିର କାର୍ଟୁନ୍‌କୁ ନେଇ ବିବାଦ

ବିଜେପିର କାର୍ଟୁନ୍‌କୁ ନେଇ ବିବାଦ

ଅହମଦାବାଦ: କାର୍ଟୁନ୍‌ ଚିତ୍ରକୁ ନେଇ ସୃଷ୍ଟି ହୋଇଛି ବିଜେପି। ଗୁଜରାଟ ବିଜେପି ପକ୍ଷରୁ ଏପରି କାର୍ଟୁନ୍‌ ଜାରି କରାଯିବା ପରେ ଏମିତି ବିବାଦ ହୋଇଛି। ଅହମଦାବାଦ ସିରିଜ୍ ବିସ୍ଫୋରଣ ଘଟଣାରେ ସ୍ୱତନ୍ତ୍ର କୋର୍ଟ ୩୮ ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଘଟଣାରେ ବିଜେପି ସ୍ୱତନ୍ତ୍ର କୋର୍ଟଙ୍କ ରାୟକୁ ପ୍ରଶଂସା କରି ଗୋଟିଏ ପୋଷ୍ଟ କରିଥିଲା। ଏହାକୁ ନେଇ ବିବାଦ ବଢ଼ିବାରୁ ଟ୍ୱିଟର ପକ୍ଷରୁ ଏହି ପୋଷ୍ଟକୁ ସାମାଜିକ ଗଣମାଧ୍ୟମରୁ ହଟାଇ ନିଆଯାଇଛି। , ୨୦୦୮ ସିରିଜ୍ ବୋମା ବିସ୍ଫୋରଣ ଘଟଣାର ରାୟ ପରେ ଗୋଟିଏ ପୋଷ୍ଟ କରାଯାଇଥିଲା। କେହି ଜଣେ ଏହାକୁ ବିରୋଧ କରିଥିଲେ। ତେଣୁ ରବିବାର ଟ୍ୱିଟର ଏହାକୁ ହଟାଇ ଦେଇଛି। ଆମେ କୋର୍ଟଙ୍କ ରାୟକୁ ପ୍ରଶଂସା କରି ପୋଷ୍ଟ କରିଥିଲୁ ବୋଲି ସେ କହିଛନ୍ତି।

ଏହି ବିବାଦୀୟ ପୋଷ୍ଟରେ ସମସ୍ତ ଦୋଷୀଙ୍କୁ ବିଜେପି ସ୍କୁଲ କ୍ୟାପ ବା ମୁସଲମାନମାନେ ପିନ୍ଧୁଥିବା ଟୋପି ପିନ୍ଧାଇଛି। ଏହାପରେ ସେମାନଙ୍କୁ ସାମୂହିକ ଭାବେ ଫାଶୀ ଦଉଡ଼ିରେ ଝୁଲାଇ ଦିଆଯାଇଛି। ଫଟୋର ଡାହାଣ ପଟ ଶୀର୍ଷ ଭାଗରେ ସତ୍ୟ ମେବ ଜୟତେ ଲେଖାଯାଇଛି। ସେହିପରି ଫଟୋର ବ୍ୟାକ ଗ୍ରାଉଣ୍ଡରେ ବିସ୍ଫୋରଣର କିଛି ଚିତ୍ର ଓ ତ୍ରିରଙ୍ଗା ରହିଛି। ଏହି ବିବାଦୀୟ ଫଟୋକୁ ଗୁଜରାଟ ବିଜେପି ୟୁନିଟର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରାଯାଇଥିଲା।