ସମ୍ବିତଙ୍କୁ ମୋକିମଙ୍କ ଓକିଲ ନୋଟିସ

ସମ୍ବିତଙ୍କୁ ମୋକିମଙ୍କ ଓକିଲ ନୋଟିସ

ସମ୍ବିତଙ୍କୁ ମୋକିମଙ୍କ ଓକିଲ ନୋଟିସ
କଟକ: ‘ପରୀ’ ଘଟଣାରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡା.ସମ୍ବିତ ପାତ୍ର କଂଗ୍ରେସର ୯ ଜଣ ବିଧାୟକଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିବା ନେଇ ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା । ଏଭଳି ମନ୍ତବ୍ୟ ପାଇଁ କଟକ-ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ପକ୍ଷରୁ ଡା.ପାତ୍ରଙ୍କୁ ଓକିଲ ନୋଟିସ ପଠାଯାଇଛି । ଏ ସମ୍ପର୍କରେ ବିଧାୟକ ମୋକିମ କହିଛନ୍ତି ଯେ, କଂଗ୍ରେସ ବିଧାୟକଙ୍କ ବିରୋଧରେ ଅରୁଚିକର ତଥା ନିରାଧାର ମନ୍ତବ୍ୟ ପ୍ରଦାନ କରିବା ଏବଂ କଂଗ୍ରେସର ସମ୍ମାନସ୍ପଦ ନେତା ରାହୁଲ ଗାନ୍ଧୀଙ୍କୁ ଏହି ଘଟଣାରେ ଟାଣିବା ଡା.ପାତ୍ରଙ୍କର ହୀନମନ୍ୟତାର ପରିଚୟ । ଡା.ପାତ୍ର ଶସ୍ତା ଲୋକପି୍ରୟତା ପାଇଁ କଂଗ୍ରେସ ବିଧାୟକଙ୍କ ପ୍ରତି ପଇସା ଖାଇବା ଭଳି ଅଶାଳୀନ ଆରୋପ କରିଛନ୍ତି । ଏହା ଦ୍ୱାରା ତାଙ୍କର ପ୍ରତିଷ୍ଠା ଓ ମାନ ସମ୍ମାନର ଅଶେଷ କ୍ଷତି ଘଟାଇଛି । କଟକ ସହରବାସୀଙ୍କ ସ୍ୱାଭିମାନ ମଧ୍ୟ ଭୂଲୁଣ୍ଠିତ ହୋଇଛନ୍ତି । ଏଥିସହିତ ରାଜ୍ୟର ଅଗଣିତ କଂଗ୍ରେସ କର୍ମୀମାନଙ୍କ ଭାବନାକୁ ଶକ୍ତ ଆଘାତ ଦେଇଛି ଡା.ପାତ୍ରଙ୍କ ମନ୍ତବ୍ୟ । ତେଣୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଏହି ମନ୍ତବ୍ୟ ପାଇଁ ସର୍ବସାଧାରଣରେ କ୍ଷମା ମାଗନ୍ତୁ ବୋଲି ବିଧାୟକ ମୋକିମ ଦାବି କରିଛନ୍ତି । ଅନ୍ୟଥା ଆଇପିସି ବ୍ୟବସ୍ଥା ଅନୁସାରେ ଅଦାଲତଙ୍କ ଦ୍ୱାରସ୍ଥ ହେବେ ବୋଲି ସେ ଚେତାଇ ଦେବା ସଙ୍ଗେ ସଙ୍ଗେ ଡା.ପାତ୍ରଙ୍କୁ ଓକିଲ ନୋଟିସ ପଠାଇଛନ୍ତି ।