ସବୁ ସହରରେ ହୋମ୍ ଡେଲିଭରି ସୁବିଧା
ସବୁ ସହରରେ ହୋମ୍ ଡେଲିଭରି ସୁବିଧା
admin
Mar 27, 2020 - 07:18
Updated: Mar 27, 2020 - 07:18
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଲକଡାଉନ ଘୋଷଣା ହୋଇଥିଲେ ହେଁ ପରିବା ହାଟ ଓ ସଉଦା ଦୋକାନରେ ଲୋକଙ୍କର ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି । ଏଠାରେ ସାମାଜିକ ଦୂରତା ରହୁନି । ତେଣୁ ଲୋକଙ୍କୁ ସଉଦା, ପନିପରିବା, କ୍ଷୀର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯେପରି ସୁଚାରୁ ରୂପେ ମିଳିବ ଏବଂ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରହିବ ସେଥିପାଇଁ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ସବୁ ସହରାଞ୍ଚଳରେ ସଉଦା, ପନିପରିବା, ଫଳ, ଔଷଧ ଓ କ୍ଷୀରର ହୋମ ଡେଲିଭରି ବ୍ୟବସ୍ଥା ଆରମ୍ଭ କରିବା ସହ ଡେଲିଭରି ଫି କେତେ ଟଙ୍କା ରହିବ ତାହା ସ୍ଥିର କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତି୍ରପାଠୀ କହିଛନ୍ତି । ସେହିପରି ହାଟ ଓ ବଜାରରେ ଅଧିକ ଭିଡ଼ ଯେପରି ନ ହେବ ସେଥିପାଇଁ ପ୍ରତି ବ୍ୟବସାୟୀଙ୍କ ମଧ୍ୟରେ ଦୂରତା ରଖିବାସହ ନିକଟସ୍ଥ ଖୋଲାସ୍ଥାନ, ରାସ୍ତା ଓ ଖେଳପଡ଼ିଆରେ ବସାଇବାର ବ୍ୟବସ୍ଥା କରିବାକୁ ସରକାର ପରାମର୍ଶ ଦେଇଛନ୍ତି । ଏବେ ସକାଳ ୬ଟାରୁ ସଂଧ୍ୟା ୬ଟା ମଧ୍ୟରେ ଦୋକାନ ବଜାର ଖୋଲା ରହୁଥିବାରୁ ଭିଡ଼ ଜମୁଛି । ତେଣୁ ରାତିରେ ବି ଦୋକାନ ଖୋଲିବା ବ୍ୟବସ୍ଥା କରାଯାଉ । ସବୁ ଦୋକାନ ଆଗରେ ବୃତ୍ତାକାର ବା ବର୍ଗାକାର ଚିହ୍ନ କରାଯାଉ । ଯେଉଁଥିରେ ଗ୍ରାହକ ଛିଡ଼ା ହୋଇ ଦୂରତା ରକ୍ଷା କରିବେ । ଏହାବାଦ ଲୋକ ଯେପରି ଘରୁ ବେଶୀ ବାହାରିବେନି ଓ ସେମାନଙ୍କ ଘର ପାଖରେ ସବୁ ଜିନିଷ ପହଞ୍ଚିବ ସେଥିପାଇଁ ଖାଦ୍ୟ ବିକି୍ର ହେଉଥିବା ଭ୍ରାମ୍ୟମାଣ ଗାଡ଼ିଗୁଡ଼ିକୁ ଏଥିପାଇଁ ବ୍ୟବହାର କରାଯିବ । ଏହା ସହ ଠେଲାଗାଡ଼ିରେ ଫଳ ଓ ବିଭିନ୍ନ ସାମଗ୍ରୀ ବିକି୍ର କରୁଥିବା ଲୋକଙ୍କୁ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ବିକି୍ର କରିବାକୁ ମନାଇବାକୁ ପଦକ୍ଷେପ ନେବାକୁ କୁହାଯାଇଛି ।