ଆମେରିକାରେ ମୃତୁ୍ୟସଂଖ୍ୟା ୧୦୦୦ ଟପିଲା

ଆମେରିକାରେ ମୃତୁ୍ୟସଂଖ୍ୟା ୧୦୦୦ ଟପିଲା

 ଆମେରିକାରେ ମୃତୁ୍ୟସଂଖ୍ୟା ୧୦୦୦ ଟପିଲା
ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ଏବେ ବିଶ୍ୱବ୍ୟାପୀ ୧୯୮ ରାଷ୍ଟ୍ରରେ କାୟା ବି ସ୍ତାର କରିସାରିଲାଣି । ଭାଇରସରେ ପ୍ରାୟ ୫ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମୃତୁ୍ୟ ସଂଖ୍ୟା ୨୨ ହଜାର ଅତିକ୍ରମ କରିଛି । ୟୁରୋପ ଓ ଆମେରିକାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଇଟାଲି ଏବଂ ସ୍ପେନ ପରେ ଏବେ ଆମେରିକାରେ କରୋନା ମୃତୁ୍ୟ ସଂଖ୍ୟା ଉଦବେଗଜନକ ଭାବେ ବଢ଼ି ଚାଲିଛି । ଆମେରିକାରେ ଏ ପର୍ଯ୍ୟନ୍ତ ୧୦୫୦ ଲୋକଙ୍କ ମୃତୁ୍ୟ ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୦,୦୦୦ରେ ପହଞ୍ଚିଛି । ଇଟାଲିରେ ୭୫୦୩ ଜଣଙ୍କ ମୃତୁ୍ୟ ଘଟିଛି । ଅନ୍ୟ ପକ୍ଷରେ ସ୍ପେନରେ ମୃତୁ୍ୟସଂଖ୍ୟା ୩,୮୦୦ ଛୁଇଁଛି । ଇଟାଲିରେ ଦିନକରେ ୬୮୩ ମୃତୁ୍ୟ ଦେଶକୁ ଦୋହଲାଇ ଦେଇଛି । ମଙ୍ଗଳବାର ଦିନ ୭୪୩ ଲୋକଙ୍କ ମୃତୁ୍ୟ ଘଟିଥିଲା । କରୋନା ନିୟନ୍ତ୍ରଣ ପାଇଁ ଇଟାଲୀ ସରକାରଙ୍କ ନାଗରିକ ଅଧିକାର ସଂସ୍ଥାର ମୁଖ୍ୟ ଏନଜେଲୋ ବୋରେଲି ମଧ୍ୟ ଭାଇରସ ଆକ୍ରାନ୍ତ ହୋଇଥିବାରୁ ଦେଶର କରୋନା ସ୍ଥିତି ସଂକ୍ରାନ୍ତ ସୂଚନା ପ୍ରଦାନ କରିପାରି ନାହାନ୍ତି । ଇଟାଲୀର ଉତ୍ତରାଞ୍ଚଳ କରୋନା ଭାଇରସ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି ଏବଂ ସେଠାରେ ୪,୪୭୪ ଜଣଙ୍କ ମୃତୁ୍ୟ ଘଟିଛି ।