ସଂସଦୀୟ ଅଧିବେଶନର ପ୍ରଥମ ଦିନରେ ୧୭ ସାଂସଦ କରୋନା ପଜିଟିଭ

ସଂସଦୀୟ ଅଧିବେଶନର ପ୍ରଥମ ଦିନରେ ୧୭ ସାଂସଦ କରୋନା ପଜିଟିଭ

ସଂସଦୀୟ ଅଧିବେଶନର ପ୍ରଥମ ଦିନରେ ୧୭ ସାଂସଦ କରୋନା ପଜିଟିଭ
ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ତେବେ ସଂସଦୀୟ ଅଧିବେଶନର ପ୍ରଥମ ଦିନରେ ୧୭ ଜଣ ସାଂସଦ କରୋନା ପଜିଟିଭ ହୋଇଛନ୍ତି । ସଂକ୍ରମିତ ହୋଇଥିବା ସାଂସଦଙ୍କ ମଧ୍ୟରେ ବିଜେପିର ସର୍ବାଧିକ ୧୨ ଜଣ ସାଂସଦ ରହିଥିବା ବେଳେ ୱାଇଏସଆର କଂଗ୍ରେସର ଦୁଇ ଜଣ ସାଂସଦ ଏବଂ ଶିବସେନା, ଡିଏମକେ ଓ ଆରଏଲପିର ଜଣେ ଲେଖାଏଁ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବିଜେପିର ମୀନାକ୍ଷୀ ଲେଖି, ଅନନ୍ତ ହେଗଡେ, ପ୍ରବେଶ ସାହିବ ସିଂ ଏବଂ ସୁକାନ୍ତ ମଜୁମଦାର ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସଂସଦର ଉଭୟ ସଦନରେ ସମୁଦାୟ ୭୮୫ ସଦସ୍ୟ ରହିଥିବା ବେଳେ ଏହା ମଧ୍ୟରୁ ୨୦୦ ଜଣ ସଦସ୍ୟଙ୍କ ବୟସ ୬୫ ବର୍ଷରୁ ଅଧିକ ବୋଲି ଜଣାପଡିଛି । ପୂର୍ବରୁ ୭ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହିତ ୨୫ ଜଣ ସାଂସଦ କରୋନାରେ ଆକ୍ରାନ୍ତ ହୋଇଥିଲେ ।