ସଂସଦରେ ପ୍ରଧାନମନ୍ତ୍ରୀଙ୍କ କରୋନା ସଂପର୍କିତ ବକ୍ତବ୍ୟରେ ଏମିତି ଜବାବ ରଖିଲେ ପ୍ରିୟଙ୍କା

ସଂସଦରେ ପ୍ରଧାନମନ୍ତ୍ରୀଙ୍କ କରୋନା ସଂପର୍କିତ ବକ୍ତବ୍ୟରେ ଏମିତି ଜବାବ ରଖିଲେ ପ୍ରିୟଙ୍କା

ସଂସଦରେ ପ୍ରଧାନମନ୍ତ୍ରୀଙ୍କ କରୋନା ସଂପର୍କିତ ବକ୍ତବ୍ୟରେ ଏମିତି ଜବାବ ରଖିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନକୁ ନେଇ ପ୍ରବଳ ସମାଲୋଚନା ଜାରି ରହିଛି। କରୋନା ସମୟରେ କଂଗ୍ରେସ ଓ ଦିଲ୍ଲୀର ଆପ ସରକାର ଲୋକଙ୍କୁ ମାଗଣା ଟିକେଟ ଦେବାରୁ ସଂକ୍ରମଣ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ପଞ୍ଜାବରେ ବ୍ୟାପିଲା ବୋଲି ମୋଦି କହିଥିଲେ।

 ଏହାର ଜବାବ ରଖି ପ୍ରିୟଙ୍କା ଗାନ୍ଧି କହିଛନ୍ତି କରୋନାର ଦ୍ୱିତୀୟ ୱେଭ ବେଳେ ପ୍ରଧାନମନ୍ତ୍ରୀ ନିର୍ବାଚନ ରାଲି କେମିତି କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି। ପ୍ରିୟଙ୍କା କହିଛନ୍ତି, ମୋଦିଙ୍କ ଦ୍ୱାରା ପ୍ରତାରିତ ହୋଇଥିବା ଲୋକମାନଙ୍କୁ ସହଯୋଗ କରାଯାଇଥିଲା। ସେମାନଙ୍କ ପାଖରେ ଘରକୁ ଫେରିବାକୁ କୌଣସି ଉପାୟ ନଥିଲା। ସେମାନେ ଚାଲିଚାଲି ନିଜ ଘରକୁ ଫେରୁଥିଲେ। ପ୍ରଧାନମନ୍ତ୍ରୀ କ’ଣ ଚାହୁଁଥିଲେ ସେମାନଙ୍କୁ କେହି ସାହାଯ୍ୟ ନ କରନ୍ତୁ ? ସୋମବାର ରାଷ୍ଟ୍ରପତିଙ୍କ ଉଦବୋଧନ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ମୋଦି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରିଥିଲେ। ସେ ପ୍ରଥମ ଲହର ବେଳେ କଂଗ୍ରେସ ପ୍ରବାସୀ ଶ୍ରମିକମାନଙ୍କୁ ମୁମ୍ବାଇ ଛାଡ଼ିବାକୁ ଟିକେଟ ଦେଇଥିଲା ବୋଲି କହିଥିଲେ। ଏହା ସହିତ  ଦିଲ୍ଲୀ ସରକାର ମଧ୍ୟ ପ୍ରବାସୀ ଶ୍ରମିକଙ୍କୁ ସହର ଛାଡ଼ିବାକୁ କହିଥିଲେ। ଏପରି କି ସେମାନଙ୍କୁ ବସ୍ ଯୋଗାଇ ଦେଇଥିଲେ। ମୋଦିଙ୍କ ଏପରି ବୟାନକୁ ପ୍ରିୟଙ୍କାଙ୍କ ବ୍ୟତୀତ କେଜ୍ରିୱାଲ ମଧ୍ୟ ସମାଲୋଚନା କରିଛନ୍ତି।