ମହାଭାରତର ଭୀମ ରୋଲ୍‌ କରିଥିବା ପ୍ରବୀଣ କୁମାରଙ୍କ ପରଲୋକ

ମହାଭାରତର ଭୀମ ରୋଲ୍‌ କରିଥିବା ପ୍ରବୀଣ କୁମାରଙ୍କ ପରଲୋକ

ମହାଭାରତର ଭୀମ ରୋଲ୍‌ କରିଥିବା ପ୍ରବୀଣ କୁମାରଙ୍କ ପରଲୋକ

ମୁମ୍ବାଇ:  ବି.ଆର ଚୋପ୍ରାଙ୍କ ଲୋକପ୍ରିୟ ଧାରାବାହିକ ମହାଭାରତରେ  ଭୀମ ଭୂମିକାରେ ଅଭିନୟ କରିଥିବା ଅଭିନେତା ପ୍ରବୀଣ କୁମାର ସୋବତିଙ୍କ ପରଲୋକ ହୋଇଯାଇଛି। ଦୀର୍ଘ ଦିନ ହେଲା ଅସୁସ୍ଥ ଥିବା ପ୍ରବୀଣଙ୍କର ୭୪ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଥିବା ଜଣାଯାଇଛି। ପ୍ରବୀଣଙ୍କ ପତ୍ନୀ ଓ ଏକମାତ୍ର ଝିଅ ଅଛନ୍ତି ।

ବି ଆର ଚୋପ୍ରାଙ୍କ ସିରିଏଲ ‘ମହାଭାରତ’ରେ ଭୀମ ରୋଲ୍ରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଥିଲେ। ପ୍ରବୀଣ ଅଭିନୟ ଜଗତାରେ ପାଦ ଦେବା ପୂର୍ବରୁ ଜଣେ ଆଗଧାଡ଼ିର ଆଥଲେଟ ମଧ୍ୟ ଥିଲେ। ପଞ୍ଜାବରେ ଜନ୍ମ ଗ୍ରହଣ କରିଥିବା ପ୍ରବୀଣ ୧୯୬୦ରୁ ୭୦ ମସିହା ମଧ୍ୟରେ ଏସିଆମ ଗେମ୍ସରେ ୪ଟି ମେଡାଲ ଜିତିଥିଲେ। ସେଥି ମଧ୍ୟରୁ ୨ଟି ସ୍ୱର୍ଣ୍ଣ , ଗୋଟିଏ ବ୍ରୋଞ୍ଜ ଓ ଅନ୍ୟ ଏକ ସିଲିଭର ମେଡାଲ ଥିଲା। ଏଥିନିମନ୍ତେ ଅର୍ଜୁନ ପୁରସ୍କାରରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲା। ଜଣେ ଆଗଧାଡ଼ିର ଖେଳାଳି ହୋଇଥିବାରୁ  ବିଏସ୍‌ଏଫ୍ରେ ଡେପୁଟି କମାଣ୍ଡାଣ୍ଟ ପଦରେ ନିଯୁକ୍ତି ପାଇଥିଲେ ପ୍ରବୀଣ । ହେଲେ ତାଙ୍କ ଭାଗ୍ୟରେ କିଛି ଅଲଗା ଲେଖା ଥିଲା।

ବିଆର ଚୋପ୍ରା ନିଜ ‘ମହାଭାରତ’ ସିରିଏଲର ଭୀମ ଚରିତ୍ର ନିମନ୍ତେ ଜଣେ ଡେଙ୍ଗା ତଥା ବଳିଷ୍ଠ କଳାକାର ଖୋଜୁଥିଲେ। ଏହା ଜାଣି ୧୯୮୬ ମସିହାରେ  ପ୍ରବୀଣ ବି ଆର ଚୋପ୍ରାଙ୍କୁ ଦେଖା କରିବା ପରେ ଭୀମ ରୋଲ୍ ପାଇଁ ଫାଇନାଲ ହୋଇଗଲେ।  ଭୀମ ରୋଲ କରି ଘରେ ଘରେ ପରିଚିତ ହେବା ପରେ ପ୍ରବୀଣ ବଲିଉଡରେ ବି ନିଜ ଭାଗ୍ୟ ଚମକାଇବାକୁ ଚେଷ୍ଟା କରିଥିଲେ।

ଏହାପରେ ସେ ଅମିତାଭ ବଚ୍ଚନ ଷ୍ଟାରର ଶେହନଶାହ, କରିସ୍ମା କୁଦରତ କା, ଯୁଦ୍ଧ, ଜବରଦସ୍ତ, ସିଂହାସନ, ଖୁଦଗର୍ଜ, ଲୋହା, ମୋହବତକେ ଦୁଶମନ, ଇଲାକା ଆଦି ବହୁ ଚଳଚିତ୍ରରେ ପାର୍ଶ୍ୱ ରୋଲ୍ରେ ଅଭିନୟ କରିଛନ୍ତି। ଏହାବାଦ ବହୁ ସିରିଏଲରେ ବି ସେ ନଜର ଆସିଛନ୍ତି । ହେଲେ ମୁଖ୍ୟତଃ ତାଙ୍କ ବଡିଗାର୍ଡ ତଥା ପାର୍ଶ୍ୱ ରୋଲ୍ରେ ହିଁ ନିର୍ମାତାମାନେ ନେଉଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ପ୍ରବୀଣ ।

ଏହାପରେ ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ପ୍ରବୀଣ କୁମାର ୨୦୧୩ରେ ‘ଆମ ଆଦମୀ ପାର୍ଟି’ ଜଏନ କରି ଦିଲ୍ଲୀର ବଜୀରପୁର ବିଧାନସଭା ଆସନରୁ ଲଢ଼ିଥିଲେ। ମାତ୍ର ଉକ୍ତ ଆସନରୁ ସେ ପରାସ୍ତ ହୋଇଥିଲେ। ଏହାପରେ ୨୦୧୪ରେ ସେ ବିଜେପିରେ ଯୋଗ ଦେଇଥିଲେ।  ଶେଷ ସମୟରେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ଏହି କଳାକାର।