ବିଜେପି ରାଜ୍ୟ ମୋର୍ଚ୍ଚା ପ୍ରଭାରୀ ତାଲିକ ପ୍ରକାଶ
ବିଜେପି ରାଜ୍ୟ ମୋର୍ଚ୍ଚା ପ୍ରଭାରୀ ତାଲିକ ପ୍ରକାଶ
ଭୁବନେଶ୍ବର : ରାଜ୍ୟ ବିଜେପି ପକ୍ଷରୁ ବିଭିନ୍ନ ମୋର୍ଚ୍ଚା ପ୍ରଭାରୀ ତାଲିକା ଘୋଷଣା କରାଯାଇଛି। ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବା ଓ ସଂଗଠନରେ ମୋର୍ଚ୍ଚା ମାନଙ୍କର ସଂଗଠନାତ୍ମକ କାର୍ୟ୍ୟଧାରାକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ବିଭିନ୍ନ ମୋର୍ଚ୍ଚା ପାଇଁ ରାଜ୍ୟ ପ୍ରଭାରୀଙ୍କ ନାମ ଘୋଷଣା ହୋଇଛି । ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଏହି ଇନଚାର୍ୟ୍ୟ ଦାୟିତ୍ବ ସେମାନଙ୍କୁ ନ୍ୟସ୍ତ କରାଯାଇଛି ।
ପୃଥ୍ବୀରାଜ ହରିଚନ୍ଦନ ଅନୁସୂଚିତ ଜାତି ମୋର୍ଚ୍ଚା ପ୍ରଭାରୀ ହୋଇଥିବାବେଳେ ଯୁବ ମୋର୍ଚ୍ଚା ପ୍ରଭାରୀ ହୋଇଛନ୍ତି ଗୋଲକ ପ୍ରସାଦ ମହାପାତ୍ର । ସେହିପରି ରବି ନାରାୟଣ ନାଏକଙ୍କୁ ସଂଖ୍ୟାଲଘୁ ମୋର୍ଚ୍ଚା ପ୍ରଭାରୀ ଦାୟିତ୍ବ ଦିଆଯାଇଥିବା ବେଳେ ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଓବିସି ମୋର୍ଚ୍ଚା ପ୍ରଭାରୀ ଦାୟିତ୍ବ ଦିଆଯାଇଛି । ସୁଶ୍ରୀ ସୁକେଶୀ ଓରାମଙ୍କୁ ଅନୁସୂଚିତ ଜନଜାତି ( ଏସଟି ) ମୋର୍ଚ୍ଚା ପ୍ରଭାରୀ ଦାୟିତ୍ବ ମିଳିଥିବାବେଳେ ଅନୀତା ଶୁଭଦର୍ଶିନୀ ପଟ୍ଟନାୟକଙ୍କୁ ମହିଳା ମୋର୍ଚ୍ଚା ପ୍ରଭାରୀ କରାଯାଇଛି । କାଳନ୍ଦୀ ସାମଲଙ୍କୁ କୃଷକ ମୋର୍ଚ୍ଚା ପ୍ରଭାରୀ ଦାୟିତ୍ବ ପ୍ରଦାନ କରାଯାଇଛି ବୋଲି ରାଜ୍ୟ କାର୍ୟ୍ୟାଳୟରୁ ସୂଚନା ଦିଆଯାଇଛି ।




admin 