ସଂକ୍ରମଣ ବଢିବାକୁ ଦେଇ ଏମିତି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ସଂକ୍ରମଣ ବଢିବାକୁ ଦେଇ ଏମିତି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ରାଜ୍ୟରେ ହଜାର ଉପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେଣୁ ରାଜ୍ୟକୁ ଧୀରେଧୀରେ କଟକଣା ଫେରୁଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ସଂକ୍ରମଣ ଯେତେବେଳେ ବଢୁଛି ତା ସହ ପଜିଟିଭ୍‌ ରେଟ୍‌ ବି ବଢୁଛି, ଏହା ଗ୍ରହଣ କରିବାକୁ ପଡ଼ିବ  । କିନ୍ତୁ ପୂର୍ବ ଲହର ଗୁଡିକ ଅପେକ୍ଷା ବଢିବା ହାର କମ୍‌ ରହିଛି  । ହସ୍ପିଟାଲାଇଜେସନ ରେଟ୍‌ ଏତେ ଉଦବେଗଜନକ ନୁହେଁ  । ସମୁଦାୟ ପଜିଟିଭ କେସରୁ ୧.୧ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି  । ତେଣୁ ହସ୍ପିଟାଲାଇଜେସନ ପାଇଁ ପର୍ଯ୍ୟାପ୍ତ ବେଡ଼ ଅଛି  । ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶରେ ସମସ୍ତଙ୍କୁ କୁହାଯାଇଛି, ଯେତେବେଳେ ଦରକାର ପଡ଼ିବ ବ୍ୟବସ୍ଥାକୁ ବଣ୍ଟାଯିବ  । ଦେଶର ଅନ୍ୟ ସ୍ଥାନରେ ସଂକ୍ରମଣ ବଢୁଛି  ।
ପୂର୍ବରୁ ମଧ୍ୟ ଅନ୍ୟ ରାଜ୍ୟ ଗୁଡିକରେ ଯେବେ ବଢ଼ିଥାଏ, ତାର କିଛି ଦିନ ବ୍ୟବଧାନରେ ଓଡିଶାରେ ବଢିବା ଆରମ୍ଭ ହୁଏ । ତେଣୁ ଥରେ ବଢିବା ଆରମ୍ଭ ହେଲେ କିଛି ଦିନ ନିଶ୍ଚିତ ଭାବରେ ବଢିବ । ଯେତେବେଳେ ପାନଡେନିକ ବଢେ, କିଛି ଦିନ ବଢ଼ିଲା ପରେ ସ୍ଥିରତା ଆସେ ଏବଂ ତାପରେ ହ୍ରାସ ପାଏ । ବର୍ତ୍ତମାନ ଆମେ ସଂକ୍ରମଣର ଉର୍ଦ୍ଧ୍ୱ ମୁହାଁ ସ୍ଥିତିରେ ଅଛନ୍ତି । ଏବେ କହି ହେବନାହିଁ, ଏହାର ସ୍ଥିରତା କେବେ ଆସିବ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭିଲାନ୍ସକୁ ଆହୁରି ଜୋରଦାର କରାଯିବ । ପର୍ଯ୍ୟାପ୍ତ ପରିମାଣ ଔଷଧ ଅଛି । ଏ
ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ପଜିଟିଭିଟି ରେଟ୍‌ ଦେଖି ସ୍କୁଲ, କଲେଜ ବନ୍ଦ ନିଷ୍ପତି ନେବେ  । ଯେତେ ପର୍ୟ୍ୟନ୍ତ ସେମିତି ପରିସ୍ଥିତି ନଆସିଛି ସବୁ ବନ୍ଦ କରିଦେବା ଠିକ୍‌ ନୁହେଁ  । ତେଣୁ ଏ ବିଷୟରେ ସରକାର ଠିକ୍‌ ସମୟରେ ନିଷ୍ପତି ନେବେ  । ସ୍କୁଲ, ଭିଡ଼ ହେଉଥିବା ଜାଗା ଉପରେ ଫୋକସ୍‌ ଦିଆଯିବ  । ଆତଙ୍କିତ ହୁଅନ୍ତୁ ନାହିଁ କିମ୍ବା ଅବହେଳା କରନ୍ତୁ ନାହିଁ  ।