ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ସ୍ଥିତି ଅନୁଧ୍ୟାନ

ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ସ୍ଥିତି ଅନୁଧ୍ୟାନ

ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ସ୍ଥିତି ଅନୁଧ୍ୟାନ
ଭୁବନେଶ୍ୱର: ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ସ୍ଥିତି ଅନୁଧ୍ୟାନ କରାଯାଇଛି । କୋଭିଡ କଟକଣାରେ ଶୃଙ୍ଖଳିତ ଦର୍ଶନ ନେଇ ହାଇଲେବଲ କିମିଟି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥ ମନ୍ଦିର ଆଉ ୩ ଦିନ ପରେ ଖୋଲିବାକୁ ଯାଉଛି । ଶ୍ରୀମନ୍ଦିର ଓ ଲୋକନାଥ ମନ୍ଦିର ଖୋଲିବା ନେଇ ଅନୁଧ୍ୟାନ କରାଯାଇଛି । ଉନ୍ନୟନ କମିଶନର, ୫ଟି ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସପି ମଧ୍ୟ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଥିଲେ । ପ୍ରଥମେ ୫ ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି ଦିଆଯିବ। ପରେ ସ୍ଥିତି ଦେଖି ସଂଖ୍ୟା ବୃଦ୍ଧି କରାଯିବ। କେବଳ ସେତିକି ନୁହେଁ, ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ କୋଭିଡ୍‌ ନେଗେଟିଭ୍ ଦେଖାଇବାକୁ ପଡ଼ିବ ବୋଲି ସର୍ତ୍ତ ରଖାଯାଇଛି ।