ଶ୍ରୀ ସାଇକୃପା ଚାରିଟେବଲ ଟ୍ରଷ୍ଟକୁ ଶିରିଡ଼ି ସାଇମନ୍ଦିରରେ ପାଲିଙ୍କି ଶୋଭାଯାତ୍ରା ଓ ତଭାଡ଼ି ଯାତ୍ରା ଦାୟିତ୍ୱ

ଶ୍ରୀ ସାଇକୃପା ଚାରିଟେବଲ ଟ୍ରଷ୍ଟକୁ ଶିରିଡ଼ି ସାଇମନ୍ଦିରରେ ପାଲିଙ୍କି ଶୋଭାଯାତ୍ରା ଓ ତଭାଡ଼ି ଯାତ୍ରା ଦାୟିତ୍ୱ

ଶ୍ରୀ ସାଇକୃପା ଚାରିଟେବଲ ଟ୍ରଷ୍ଟକୁ ଶିରିଡ଼ି ସାଇମନ୍ଦିରରେ ପାଲିଙ୍କି ଶୋଭାଯାତ୍ରା ଓ ତଭାଡ଼ି ଯାତ୍ରା ଦାୟିତ୍ୱ

ଭୁବନେଶ୍ୱର : ଓଡ଼ିଶାର ଅଗଣିତ ସାଇଭକ୍ତ ପାଇଁ ଏକ ଖୁସିଖବର  । ଚଳିତ ବର୍ଷ ମହାରାଷ୍ଟ୍ରସ୍ଥିତ ପ୍ରଭୂ ଶିରିଡ଼ି ସାଇ ମନ୍ଦିରରେ ପାଲିଙ୍କି ଶୋଭାଯାତ୍ରା ଓ ତଭାଡ଼ି ଶୋଭାଯାତ୍ରା ପାଇଁ ଶିଶୁପାଳ ଗଡ଼ର ଶ୍ରୀ ସାଇକୃପା ଚାରିଟେବଲ ଟ୍ରଷ୍ଟକୁ ଦାୟିତ୍ୱ ମିଳିଛି  । 

ପ୍ରଭୂ ଶିରିଡ଼ି ସାଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ପାଲିଙ୍କି ଶୋଭାଯାତ୍ରାର ଆୟୋଜନ ଦାୟିତ୍ୱ ବିଭିନ୍ନ ସାଇଟ୍ରଷ୍ଟକୁ ଦିଆଯାଇଥାଏ  ।  ଚଳିତ ବର୍ଷ ଏହି ସମ୍ମାନଜନକ ଓ ଗୌରବମୟ ଦାୟିତ୍ୱ ଶ୍ରୀ ସାଇକୃପା ଚାରିଟେବଲ ଟ୍ରଷ୍ଟ ନିର୍ବାହ କରିବ  ।

ଚଳିତ ବର୍ଷ ରାମନବମୀରେ ଶିଶୁପାଳଗଡ଼ ସ୍ଥିତ ଶ୍ରୀ ସାଇକୃପା ମନ୍ଦିରରେ ଟ୍ରଷ୍ଟ ପକ୍ଷରୁ ଆକର୍ଷଣୀୟ ପୁଷ୍ପସଜ୍ଜା କରାଯାଇଥିଲା  । ତେଣୁ ପାଲିଙ୍କି ଶୋଭାଯାତ୍ରାକୁ ଟ୍ରଷ୍ଟ ସୁଚାରୂରୂପେ ସମ୍ପାଦିତ କରିବ ବୋଲି ଆଶା ପ୍ରକାଶ କରାଯାଉଛି  । ପାଲିଙ୍କି ଶୋଭାଯାତ୍ରାର ଦାଣ୍ଡିଆ ନୃତ୍ୟ, ଶଙ୍ଖନାଦ, ଘଂଟବାଦନ, ପୁଷ୍ପବୃଷ୍ଟି, ଆଖଡ଼ା ଖେଳ ପ୍ରଭୃତିର ଦାୟିତ୍ୱ ମଧ୍ୟ ଏହି ସଂସ୍ଥା ଉପରେ ନ୍ୟସ୍ତ କରାଯାଇଛି  । ବାବାଙ୍କର ପ୍ରସିଦ୍ଧ ତିଭାଡ଼ି ଯାତ୍ରାର ପରିଚାଳନା ଦାୟିତ୍ୱ ମଧ୍ୟ ଏହି ଟ୍ରଷ୍ଟକୁ ଦିଆଯାଇଛି  । ବିଶେଷକରି ଶଙ୍ଖ ବାଦନ ପାଇଁ ଗଞ୍ଜାମରୁ ଏବଂ ଘଂଟ ବାଦନ ପାଇଁ ବାଳକାଟିର ପ୍ରତିଷ୍ଠିତ ଅନୁଷ୍ଠାନ ଶିରିଡ଼ି ଯିବେ ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ସଦାଶିବ ଦାସ ଏବଂ ଟ୍ରଷ୍ଟି ସଭ୍ୟ ସୁମନ୍ତ ମହାନ୍ତି ସୂଚନା ଦେଇଛନ୍ତି  । ସେହିପରି ଆଗ୍ରହୀ ସାଇ ଶ୍ରଦ୍ଧାଳୁମାନେ ମୋବାଇଲ ନମ୍ବର ୬୩୭୨୫୫୫୫୨୩ ଓ ୭୮୯୪୫୧୬୧୬୬ରେ ଯୋଗାଯୋଗ କରିବାକୁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି  ।