ଶେଷରେ ଆଖି ବୁଜିଲେ ଅମ୍ରିତ
ଶେଷରେ ଆଖି ବୁଜିଲେ ଅମ୍ରିତ
ଭୁବନେଶ୍ବର: ସଫଳ ହୋଇପାରୁନି ଇକମୋ ଚିକିତ୍ସା। ଆଖି ବୁଜିଲେ ଆଉ ଜଣେ ପୀଡିତ ଅମ୍ରିତ ପ୍ରଧାନ । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଅମ୍ରିତଙ୍କ ମୃତ୍ୟୁ ଘଟିଛି । କିଛି ଦିନ ତଳେ ତାଙ୍କ ଫୁସଫୁସ ପ୍ରତ୍ୟାରୋପଣ କରାଯାଇଥିଲା । ଇକମୋ ଚିକିତ୍ସାରେ ସମ୍ପୂର୍ଣ୍ଣ ସୁସ୍ଥ ନ ହେବାରୁ ତାଙ୍କର ଫୁସଫୁସ୍ ପ୍ରତ୍ୟାରୋପଣ କରିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ । ଦୀର୍ଘ ସାତ ମାସର ପ୍ରୟାସ, ସାରା ଓଡ଼ିଶାବାସୀଙ୍କ ପ୍ରାର୍ଥନା ବଞ୍ଚାଇ ପାରିଲନି ଅମ୍ରିତଙ୍କୁ।
କୋରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇରେ ଇକମୋ ଚିକିତ୍ସାଧୀନ ଥିଲେ ଅମ୍ରିତ । ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳର ବାସିନ୍ଦା ଥିଲେ ଅମ୍ରିତ । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ସେ ଦୀର୍ଘ ଦିନ ଧରି ଚିକିତ୍ସିତ ଥିଲେ । କିଛି ଦିନ ତଳେ ତାଙ୍କ ଫୁସଫୁସ ପ୍ରତ୍ୟାରୋପଣ କରାଯାଇଥିଲା । ଇକମୋ ଚିକିତ୍ସାରେ ସମ୍ପୂର୍ଣ୍ଣ ସୁସ୍ଥ ନ ହେବାରୁ ତାଙ୍କର ଫୁସଫୁସ୍ ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ପରିବାର ଲୋକଙ୍କ ସ୍ୱୀକୃତି ପରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏପରିକି ଚିକିତ୍ସା ପାଇଁ ପରିବାର ଲୋକେ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଅର୍ଥ ସଂଗ୍ରହ କରିଥିଲେ ।
ଏହାପରେ ଜୁନ ୩ ତାରିଖରେ ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟିଂରେ ନେଇଥିଲେ ଅମ୍ରିତ ପ୍ରଧାନ । ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ଅମ୍ରିତଙ୍କୁ ଚେନ୍ନାଇ ସ୍ଥିତ ଆପୋଲୋକୁ ସ୍ଥାନାନ୍ତର କରାଯାଇଥିଲା । ଚେନ୍ନାଇର ଜଣେ ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ଯୁବକଙ୍କ ଠାରୁ ଫୁସଫୁସ ଅଣାଯାଇଥିଲା। ପରେ ରାତିରେ ଅପରେସନ ପାଇଁ ସମସ୍ତ ପ୍ରକ୍ରିୟା ଚୂଡ଼ାନ୍ତ କରାଯାଇଥିଲା । ଏବେ ସୁଦ୍ଧା ଅମ୍ରିତଙ୍କ ଚିକିତ୍ସାରେ ପଖାପାଖି ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇ ସାରିଥିଲା ।