ନୂଆ ରୂପରେ ଚମକିବ ଶ୍ରୀମନ୍ଦିର ପରିକ୍ରମା, ଆଜି ଶିଳାନ୍ୟାସ

ନୂଆ ରୂପରେ ଚମକିବ ଶ୍ରୀମନ୍ଦିର ପରିକ୍ରମା, ଆଜି ଶିଳାନ୍ୟାସ

ନୂଆ ରୂପରେ ଚମକିବ ଶ୍ରୀମନ୍ଦିର ପରିକ୍ରମା, ଆଜି ଶିଳାନ୍ୟାସ

ପୁରୀ:  ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର  ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ମହାଯଜ୍ଞର ପୂର୍ଣ୍ଣାହୂତି କାର୍ୟ୍ୟକ୍ରମରେ ଯୋଗ ଦେବେ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ଶ୍ରୀମନ୍ଦିର ଚାରିପାଖ ସୁରକ୍ଷା କରିଡର ସହ ସବୁଜ ବଳୟ ସହତ ସୌନ୍ଦ୍ୟର୍ୟ୍ୟକରଣ କରାଯିବ । ଭକ୍ତଙ୍କ ପରିକ୍ରମା ନିମନ୍ତେ ବାହରେ ଓ ଭିତରେ ପ୍ରଦିକ୍ଷଣ ପଥ ରହିବ । ଚାରିପାଖରେ ଥିବା ମଠ ଓ ମନ୍ଦିରର ପୁନଃବିକାଶ କରାଯିବ । ରଥଯାତ୍ରା ଓ ଅନ୍ୟାନ୍ୟ ଯାନିଯାତ୍ରା ସମୟରେ ବ୍ୟବହାର ପାଇଁ ସ୍ବତନ୍ତ୍ର ପ୍ରଦିକ୍ଷଣ ପଥ, ଭକ୍ତଙ୍କ ସାମଗ୍ରୀ ରଖିବା ନିମନ୍ତେ ଗୃହ, ସମସ୍ତ ଦ୍ବାରରେ ସୂଚନା ଓ ଦାନ କେନ୍ଦ୍ର, ତୀର୍ଥଯାତ୍ରୀଙ୍କ ପାଇଁ ଆରକ୍ଷୀ ସେବା କେନ୍ଦ୍ର, ପାନୀୟଜଣ, ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଶୌଚାଳୟ ଏବଂ ଏଟିଏମ୍ ସୁବିଧା, ଶ୍ରୀନ୍ଦିର ପ୍ରଶାସନ ମୁଖ୍ୟ କାର୍ୟ୍ୟାଳୟ ପୁନର୍ବିନ୍ୟାସ, ୬୦୦୦ ଭକ୍ତଙ୍କ ସୁବିଧା ପାଇଁ ଅଭ୍ୟର୍ଥନା ପ୍ରକୋଷ୍ଠ, ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ବରେ ଭକ୍ତଙ୍କ ପାଇଁ ଆଶ୍ରୟସ୍ଥଳୀ ହେବାର ଯୋଜନା ରହିଛି ।
ପୁରୀକୁ ବିଶ୍ବର ଐତିହ୍ୟ ନଗରୀ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ସଫଳ ହେବାକୁ ଯାଉଛି । ଶ୍ରୀମନ୍ଦିରରେ ଚାଲିଥିବା ମହାଯଜ୍ଞର ପୂର୍ଣ୍ଣାହୂତି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯୋଗଦେବା ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ୟ୍ୟ ଶେଷ ହୋଇଛି ।ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।