ଶୀତଦିନରେ ଖାଆନ୍ତୁ ବ୍ଲୁ ବେରୀ, ଶରୀରକୁ ମିଳିବ ଅନୋଖା ଫାଇଦା

ଶୀତଦିନରେ ଖାଆନ୍ତୁ ବ୍ଲୁ ବେରୀ, ଶରୀରକୁ ମିଳିବ ଅନୋଖା ଫାଇଦା

ଶୀତଦିନରେ ଖାଆନ୍ତୁ ବ୍ଲୁ ବେରୀ, ଶରୀରକୁ ମିଳିବ ଅନୋଖା ଫାଇଦା

ଭୁବନେଶ୍ୱର: ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭ ଦାୟକ ହୋଇଥାଏ । ଫଳ ଭିତରୁ ବ୍ଲୁ ବେରୀ ନାଁ ଶୁଣିଲେ ପାଟିରେ ପାଣି ଆସିଯାଏ  । ଆପଣ ହୁଏତ ଜାଣିନଥିବେ ଆଣ୍ଟିଅକ୍ସିଡାଣ୍ଟ ଓ ଫ୍ଲାବୋନଏଡ଼ ଭଳି ପୋଷାକ ତତ୍ତ୍ୱରେ ଭରପୁର ବ୍ଲୁ ବେରି ସେବନ କେତେକ ଗମ୍ଭୀର ରୋଗ ଦାଉରୁ ବି ଶରୀରକୁ ସୁରକ୍ଷା ଦେଇଥାଏ । ଖାଲି ସେତିକି ନୁହେଁ ସୌନ୍ଦର୍ଯ୍ୟ ବୃଦ୍ଧିରେ ବି ଏହା ବିଶେଷ ସହାୟକ ହେବ  ।

ଅନ୍ୟ ସବୁ ଦିନରେ ଯେତେ ମାତ୍ରାରେ ସ୍କିନ ଖରାପ ହୋଇଥାଏ ଖାସ କରି ଶୀତ ଦିନରେ ଅଧିକ ହୋଇଥାଏ  । କାରଣ ଶୀତ ଦିନରେ ସ୍କିନକୁ ଯେତିକି ମାତ୍ରାରେ ପୋଷଣ ମିଳିବା ଦରକାର ସେତିକି ପୋଷଣ ମାତ୍ରାରେ ମିଳିପାରୁ ନାହିଁ  । ଶୀତ ଦିନ ଆସିବା ମାତ୍ରେ ହିଁ ଲୋକେ ନିଜ ଚର୍ମର ଯନô ପାଇଁ ଅନେକ ପ୍ରକାର ଘରୋଇ ଉପଚାର ଆପଣାଇବା ସହିତ ଡାକ୍ତରମାନଙ୍କ ପରାମର୍ଶ ନେଉଛନ୍ତି  ।

କିନ୍ତୁ ଡାକ୍ତରଙ୍କ କହିବା ଅନୁଯାୟୀ ଶୀତଦିନେ କେବଳ ବଡି ଲୋସନ କିମ୍ବା ହୋମ୍ ରେମେଡିଜ ବ୍ୟବହାର କରିବା ଦ୍ୱାରା ଚର୍ମ ଜନିତ ସମସ୍ୟା ଦୂର ହୁଏନି  । ଏହା ସହିତ ଖାଦ୍ୟପେୟରେ ମଧ୍ୟ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ  । ସେଥିପାଇଁ କିଛି ଶୀତ ଦିନରେ ଖାଇବା ପାଇଁ ଖାଦ୍ୟ ମଧ୍ୟ ରହିଛି  । ଯାହା ଦ୍ୱାରା ଶୀତ ଦିନରେ ଆପଣଙ୍କ ଚର୍ମ ସୁସ୍ଥ ଓ ସତେଜ ରହିବ  ।

ଏକ କପ ବ୍ଲୁ ବେରୀରେ ୮୫ କ୍ୟାଲୋରୀ ଓ ୦.୫ ଗ୍ରାମ ଫ୍ୟାଟ ବ୍ୟତୀତ ୧.୫ ଗ୍ରାମ ସୋଡିୟମ, ୧୧୪ ଗ୍ରାମ ପୋଟାସିୟମ, ୨୧ ଗ୍ରାମ କାର୍ବୋହାଇଡ୍ରେଟ , ୧୪ ପ୍ରତିଶତ ଫାଇବର, ୧୫ ଗ୍ରାମ ସୁଗାର, ୨ ପ୍ରତିଶତ ପ୍ରୋଟିନ , ଭିଟାମିନ ଏ, ୨୪ ପ୍ରତିଶତ ଭିଟାମିନ ସି, ୨ ପ୍ରତିଶତ ଆଇରନ, ୫ ପ୍ରତିଶତ ଭିଟାମିନ ବି-୬, ୨ ପ୍ରତିଶତ ଆଇରନ, ୨ ପ୍ରତିଶତ ମ୍ୟାଗନେସିୟମ ମହଜୂତ ଥାଏ  ।

ବ୍ଲୁ ବେରୀରୁ କ’ଣ ମିଳେ ଫାଇଦା:
– ପ୍ରତିଦିନ ଗୋଟେ କପ ବ୍ଲୁବେରୀ ଖାଇବା ଦ୍ୱାରା ମସ୍ତିସ୍କ ତୀବ୍ର ଭାବରେ କାମ କରିଥାଏ  । ଏହାବାଦ ଏହାର ସେବନ ଆଲଜାଇମର, ବେରୀ ପରି ରୋଗ ଦାଉରୁ ରକ୍ଷା କରିଥାଏ  । ଏହା ସହ ଫାଇଟୋନୁୂଟ୍ରି ଏଣ୍ଟ, ମିନେରାଲ୍ସ ଓ ଭିଟାମିନ ମସ୍ତିସ୍କ କୋଷିକା ଗୁଡିକର ବିକାଶ କରିଥାଏ  ।

- ପ୍ରତିଦିନ ଏହାକୁ ସେବନ କଲେ ନର୍ଭସ ସିଷ୍ଟମ ଠିକ ରହିଥାଏ  । ଯାହାଦ୍ୱାରା ଚାପଗ୍ରସ୍ଥରୁ ମୁକ୍ତି ଦେବା ସହ ଡିପ୍ରେସନ ସମସ୍ୟା ମଧ୍ୟ ହୁଏନାହିଁ  ।

– ହୃଦ ରୋଗୀ ମାନଙ୍କ ପାଇଁ ଏହି ଫଳ ଅମୃତ ସମାନ ହୋଇଥାଏ  । ହାର୍ଟ ଆଟାକ ଓ ଷ୍ଟ୍ରୋକର ଆଶଙ୍କାକୁ କମ କରିଥାଏ  ।

– ପାଚନ କ୍ରିୟା ସୁସ୍ଥ ରଖିବାରେ ଏହା ଖୁବ ଲଭଦାୟୀ ହୋଇଥାଏ  । ପ୍ରତିଦିନ ସେବନ କଲେ ଦୀର୍ଘ ଦିନର ପାଚନ ଜନିତ ସମସ୍ୟା ଦୂର ହୋଇଥାଏ  ।

– ଚକ୍ଷୁ ସୁସ୍ଥ ରଖିବାରେ ବି ଖୁବ ଲାଭଦାୟୀ  ।

– କ୍ୟାନ୍ସର ପରି ମାରାତ୍ମକ ରୋଗ ହେବାର ହେବାର ଆଶଙ୍କାକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ କମ କରେ ଏହି ବିଶେଷ ଫଳ ।

– ଲିଭର ସଂକ୍ରମଣରୁ ମଧ୍ୟ ଏହା ସୁରକ୍ଷା ଦେଇଥାଏ  ।