ବଡ ଖବର, ଏଣିକି ଅନର୍ସ ଡିଗ୍ରୀ ପାଇଁ ଚାରି ବର୍ଷ

ବଡ ଖବର, ଏଣିକି ଅନର୍ସ ଡିଗ୍ରୀ ପାଇଁ ଚାରି ବର୍ଷ

ବଡ ଖବର, ଏଣିକି ଅନର୍ସ ଡିଗ୍ରୀ ପାଇଁ ଚାରି ବର୍ଷ

ଭୁବନେଶ୍ୱର : ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ଏଣିକି ତିନିବର୍ଷ ନୁହେଁ ୪ବର୍ଷ ପଢିବାକୁ ପଡିବ । ୪ବର୍ଷ ପଢିବା ପରେ ସ୍ନାତକରେ ଅନର୍ସ ଡିଗ୍ରୀ ହାସଲ କରିପାରିବେ ଛାତ୍ରଛାତ୍ରୀ। ୟୁଜିସି ପକ୍ଷରୁ ଚିଠା ପ୍ରସ୍ତାବ ଦିଆଯାଇଛି । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ସଂସ୍କାର ଆଣିବା ପାଇଁ ଏହି ପ୍ରସ୍ତାବ ଦିଆଯାଇଛି ।  ଏନେଇ ଆସନ୍ତା ସୋମବାର ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି । 

ସ୍ନାତକ ଡିଗ୍ରୀ ସାର୍ଟିଫିକେଟ ପାଇବା ପାଇଁ ପୂର୍ବ ପରି ୩ବର୍ଷ ପଢିବାକୁ ପଡିବ ଓ ସ୍ନାତକ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପଢିବାକୁ ପଡିବ ବୋଲି ୟୁଜିସି ପକ୍ଷରୁ  ପ୍ରସ୍ତାବ ରଖାଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ ଏବେ ୩ବର୍ଷିଆ ସ୍ନାତକ ଡିଗ୍ରୀ ପାଇଁ ନାମଲେଖାଇଛନ୍ତି, ସେମାନେ ମଧ୍ୟ ୪ବର୍ଷିଆ ସ୍ନାତକ ଡିଗ୍ରୀ ପଢିପାରିବେ ବୋଲି ୟୁଜିସି ପକ୍ଷରୁ ପ୍ରସ୍ତାବ ରଖାଯାଇଛି ।