ଲେଉଟିଲାଣି କରୋନା : ଇସ୍ରାଇଲରେ ପୁଣି ଲକଡାଉନ

ଲେଉଟିଲାଣି କରୋନା : ଇସ୍ରାଇଲରେ ପୁଣି ଲକଡାଉନ

ଲେଉଟିଲାଣି କରୋନା : ଇସ୍ରାଇଲରେ ପୁଣି ଲକଡାଉନ
ତେଲଅଭିଭ : ଇସ୍ରାଇଲ ସରକାର ଦେଶରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ପୁଣି ଥରେ ଲକଡାଉନ କରିବାକୁ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଦେଶରେ ଦୁଇ ଥର ଲକଡାଉନ ହୋଇସାରିଛି । ତୃତୀୟ ଥର ପାଇଁ ହେବାକୁ ଥିବା ଲକଡାଉନ ଆସନ୍ତା ରବିବାର ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇ ଦୁଇ ସପ୍ତାହ ଯାଏଁ ଜାରି ରହିବ । ପରିସ୍ଥିତି ନ ସୁଧୁରିଲେ ସରକାର ଲକଡାଉନର ଅବଧିକୁ ଆଉ ଦୁଇ ସପ୍ତାହ ଯାଏଁ ବୃଦ୍ଧି କରିବାକୁ ଚିନ୍ତା କରିଛନ୍ତି । ଯେ ପର୍ଯ୍ୟନ୍ତ ଦେଶରେ ଦୈନିକ ଚିହ୍ନଟ କରାଯାଉଥିବା କରୋନା ରୋଗୀଙ୍କ ସଂଖ୍ୟା ୧ ହଜାର ତଳକୁ ନ ଆସିଛି ସେ ପର୍ଯ୍ୟନ୍ତ ଲକଡାଉନ ଜାରି ରହିବ ବୋଲି ସରକାର କହିଛନ୍ତି । ଲକଡାଉନ ସମୟରେ ଲୋକଙ୍କୁ ନିଜ ଘର ଠାରୁ ୧ କିମି ଭିତରେ ଚଳାଚଳ କରିବା ପାଇଁ ଅନୁମତି ଦିଆଯିବ ।