କର୍ଣ୍ଣାଟକରେ ଲାଗୁ ହେବନି ରାତି କର୍ଫୁ୍ୟ

କର୍ଣ୍ଣାଟକରେ ଲାଗୁ ହେବନି ରାତି କର୍ଫୁ୍ୟ

କର୍ଣ୍ଣାଟକରେ ଲାଗୁ ହେବନି ରାତି କର୍ଫୁ୍ୟ
ନୂଆଦିଲ୍ଲୀ : କର୍ଣ୍ଣାଟକ ସରକାର ରାତି୍ରକାଳୀନ କର୍ଫୁ୍ୟ ଲଗାଇବା ଆଦେଶକୁ ପ୍ରତ୍ୟାହାର କରିଛନ୍ତି । କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ଲାଗି ଜାନୁଆରୀ ୨ ପର୍ଯ୍ୟନ୍ତ ରାତି କର୍ଫୁ୍ୟ ଲାଗୁ କରିବାକୁ ସରକାର ଆଦେଶ ଜାରି କରିଥିଲେ । ରାତି ୧୧ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ରାତି କର୍ଫୁ୍ୟ ଲାଗୁ କରାଯିବାର ଥିଲା । ମାତ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଉପରେ ବାମଦଳ ଓ ଅନ୍ୟ କେତେକ ବିରୋଧୀ ଦଳ ପ୍ରଶ୍ନ ଉଠାଇଥିଲେ । ତେବେ କ୍ୟାବିନେଟ ସଦସ୍ୟ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ଉକ୍ତ ଆଦେଶକୁ ପ୍ରତ୍ୟାହାର କରାଯାଇଛି । ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରାପ୍ପାଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ରାଜ୍ୟବାସୀଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ।