ଲୋନ୍ ନାଁରେ ଠକେଇ, ପୂର୍ବତନ ବ୍ରାଞ୍ଚ୍ ମ୍ୟାନେଜରଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: ବ୍ୟାଙ୍କ ଲୋନ୍ ଦେବା ନାଁ ରେ ବଡ଼ ଧରଣର ଠକେଇ । ବନ୍ଧା ହେଲେ ଭୁବନେଶ୍ୱର ପଳାସପଲ୍ଲୀ ବ୍ରାଞ୍ଚର ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ସ୍ୱୟଂ ପ୍ରକାଶ ପରିଡ଼ା । ସ୍ଵୟଂଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଏ ମାମଲାରେ ୧ କୋଟି ୯ ଲକ୍ଷ ଟଙ୍କାର ଠକେଇ ହୋଇଥିବା ସୂଚନା । ୨୦୧୫ ରୁ ୨୦୧୭ ମଧ୍ୟରେ ଲୋନ୍ ଦେବା ନାଁ ରେ ବଡ଼ ଧରଣର ଠକେଇ ହୋଇଥିଲା । ଶ୍ରୀ ଭାରତ ମୋଟର୍ସ, ସିଟି ମୋଟର୍ସ, ଆଦିତ୍ୟ ମୋଟର୍ସ, ଉତ୍କଳ ମୋବାଇଲ୍, ରାଜପଥ କେଟିଏମ୍ ନାଁରେ ସିଣ୍ଡିକେଟ୍ ବ୍ୟାଙ୍କ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ଆକ୍ସିସ୍ ବ୍ୟଙ୍କ, ୟୁକୋ ବ୍ୟାଙ୍କ ଓ ବିଭିନ୍ନ ବ୍ୟାଙ୍କଗୁଡ଼ିକରେ ଜାଲ ଡକ୍ୟୁମେଣ୍ଟ ସାହାଯ୍ୟରେ ଆକାଉଣ୍ଟ ଖୋଲି ଲୋନ୍ ଆବେଦନ କରାଯାଇଥିଲା । ବ୍ୟାଙ୍କରୁ ମଞ୍ଜୁରୀ ମିଳିବା ପରେ ଏହାର ଦୂରୁପଯୋଗ କରି ଠକିଥିଲେ । ସ୍ୱୟଂ ୨୪ଟି ଗାଡ଼ି ଲୋନ୍ ଓ ସିସି ଲୋନ ଫେକ୍ ଆକାଉଣ୍ଟରେ ମଞ୍ଜୁରୀ କରିଥିବା ସୂଚନା ।