ବାଘ ଓ ହାତୀ ଗଣନା କରିବେ ରାଜ୍ୟ ସରକାର

ବାଘ ଓ ହାତୀ ଗଣନା କରିବେ ରାଜ୍ୟ ସରକାର

ଭୁବନେଶ୍ୱର:  ବାଘ ଓ ହାତୀ ଗଣନା କରିବେ ରାଜ୍ୟ ସରକାର। ଅକ୍ଟୋବରରୁ ଆରମ୍ଭ ହେବ ବାଘ ଗଣନା। ଦୁଇଟି ପର୍ୟ୍ୟାୟରେ ହେବ ଗଣନା। ଟ୍ରାଞ୍ଜାକ୍ଟ ଆନାଲିସିସ ଓ କ୍ୟାମେରା ଟ୍ରାପ ଜରିଆରେ ହେବ ବାଘ ଗଣନା। ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ଦେଇଛନ୍ତି।

ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଟ୍ରାଞ୍ଜାକ୍ଟ ଆନାଲିସିସରେ ପାଦ ଚିହ୍ନ, ସ୍କ୍ରାଚ ମାର୍କ ଆଦି ଆଧାରରେ ବାଘ ଗଣନା କରାଯିବ। CCTV କ୍ୟାମେରା ଟ୍ରାପ୍ ଜରିଆରେ ବାଘର ଚଳପ୍ରଚଳକୁ କଏଦ କରାଯିବ। ପ୍ରାୟ ଦେଢ଼ ମାସ ଧରି ଚାଲିବ ବାଘ ଗଣନା। ସେହିପରି ୨୦୨୪ ମେ'ରୁ ହାତୀ ଗଣନା ହେବ ବୋଲି ବନ ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
NTCA  ରିପୋର୍ଟ ଅନୁସାରେ, ୨୦୦୬ରେ ରାଜ୍ୟରେ ୪୫ଟି ବାଘ ଥିଲା ବେଳେ ୨୦୧୦ରେ ସଂଖ୍ୟା ୩୨ରେ ପହଞ୍ଚିଥିଲା । ୨୦୧୪ ଓ ୨୦୧୮ରେ ୨୮କୁ ହ୍ରାସ ପାଇଛି ବାଘ ସଂଖ୍ୟା। ସେହିପରି ରାଜ୍ୟ ସରକାରଙ୍କ ନିଜସ୍ୱ ବାଘ ଗଣନା ଅନୁଯାୟୀ, ୨୦୦୪ରେ ରାଜ୍ୟରେ ୧୯୨ଟି ବାଘ ଥିଲା ବେଳେ ୨୦୧୬ରେ ଏହି ସଂଖ୍ୟା ୪୦କୁ କମିଛି ।