ଚାକିରିରୁ ବହିଷ୍କୃତ ହେଲେ ସହକାରୀ ଯନ୍ତ୍ରୀ

ବିଜେପୁର: ଚାକିରିରୁ ବହିଷ୍କୃତ ହେଲେ ବିଜେପୁର RWSS ସେକ୍ସନର ସହକାରୀ ଯନ୍ତ୍ରୀ ଉପେନ୍ଦ୍ରଭଞ୍ଜ ନାଏକ । ଏକ କେସ୍ର ବିଚାର ବେଳେ ମିଛ ତଥ୍ୟ ଉପସ୍ଥାପନ କରିଥିବାରୁ ଏହି କାର୍ୟ୍ୟାନୁଷ୍ଠାନ ହୋଇଛି । ଅଭିଯୁକ୍ତକୁ ସାହାଯ୍ୟ ପାଇଁ ସାକ୍ଷୀଭାବେ ମିଥ୍ୟା ପ୍ରମାଣ ଦେଇଥିବା ଅଭିଯୋଗ ହୋଇଥିଲା ତାଙ୍କ ନାଁରେ । ଏହା ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରିଥିଲା ଭିଜିଲାନ୍ସ । ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗକୁ ସୁପାରିସ କରିଥିଲା ଭିଜିଲାନ୍ସ ।
ଭିଜିଲାନ୍ସ ପକ୍ଷରୁ ଅନୁରୋଧ ପରେ ଉପେନ୍ଦ୍ରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହୋଇଛି । ଉପେନ୍ଦ୍ରଙ୍କ ଭୁଲ ତଥ୍ୟ ଯୋଗୁଁ ଛାଡ଼ ପାଇଯାଇଥିଲେ ଅଭିଯୁକ୍ତ ଆନନ୍ଦ ସରାଫ । ଆନନ୍ଦ ସେତେବେଳେ ବରଗଡ଼ ଡିଭିଜନର କାର୍ୟ୍ୟନିର୍ବାହୀ ଇଞ୍ଜିନିୟର ଅଫିସର ବରିଷ୍ଠ କିରାଣି ଆନନ୍ଦ । ସୂଚନା ଅନୁସାରେ ୨୦୧୧ରେ ବରଗଡ଼ ସୋହେଲା RWSS ସେକ୍ସନରେ ଜେଇ ଥିଲେ ଉପେନ୍ଦ୍ରଭଞ୍ଜ । କିରାଣି ଆନନ୍ଦ ସରାଫଙ୍କ କେସ୍ରେ ଦେଇଥିବା ତଥ୍ୟ ବଦଳାଇ ଭୁଲ୍ ଦେଇଥିଲେ । ମିଥ୍ୟା ତଥ୍ୟ ଦେଇ ଅଭିଯୁକ୍ତକୁ ଖସାଇ ଦେଇଥିଲେ ଉପେନ୍ଦ୍ରଭଞ୍ଜ ।