ଲକଡାଉନରେ ବୁକ୍ ହୋଇଥିବା ବିମାନ ଟିକଟ ଟଙ୍କା ଫେରସ୍ତ ମିଳିବ

ଲକଡାଉନରେ ବୁକ୍ ହୋଇଥିବା ବିମାନ ଟିକଟ ଟଙ୍କା ଫେରସ୍ତ ମିଳିବ

ଲକଡାଉନରେ ବୁକ୍ ହୋଇଥିବା ବିମାନ ଟିକଟ ଟଙ୍କା ଫେରସ୍ତ ମିଳିବ
ନୂଆଦିଲ୍ଲୀ: ଲକଡାଉନ ସମୟରେ ବୁକିଙ୍ଗ ହୋଇଥିବା ବିମାନ ଟିକଟ ମୂଲ୍ୟକୁ ୧୫ ଦିନ ଭିତରେ ବିମାନ କମ୍ପାନୀ ଗୁଡ଼ିକ ଯାତ୍ରୀଙ୍କୁ ଫେରସ୍ତ କରିବା ଦରକାର ବୋଲି କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି । ଯେଉଁ କମ୍ପାନୀ ଗୁଡ଼ିକ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି ସେମାନେ ଯାତ୍ରୀଙ୍କ ଖାତାରେ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସେହି ଟଙ୍କା ଦେଇପାରିବେ । ଦେଶ ଭିତରେ ହେଉ କିମ୍ବା ବିଦେଶ ଯାତ୍ରା, ଯେକୌଣସି ପ୍ରକାର ଯାତ୍ରା ପାଇଁ ବୁକ ହୋଇଥିବା ଟିକଟର ମୂଲ୍ୟ ଫେରସ୍ତ କରିବାକୁ ସରକାର ବିମାନ କମ୍ପାନୀଗୁଡ଼ିକୁ ପ୍ରସ୍ତାବ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କୁ ବେସାମରିକ ବିମାନ ଚଳାଚଳ ମହାନିଦେ୍ର୍ଧଶାଳୟ ପକ୍ଷରୁ ଅବଗତ କରାଯାଇଛି ଯେ ମାର୍ଚ୍ଚ ୨୫ ରୁ ମେ ୩ ପର୍ଯ୍ୟନ୍ତ ବୁକିଙ୍ଗ ହୋଇଥିବା ସମସ୍ତ ଟିକଟର ମୂଲ୍ୟ ଭିତରେ ଯାତ୍ରୀଙ୍କ ଟିକଟ ମୂଲ୍ୟ ଫେରସ୍ତ କରିବାକୁ କମ୍ପାନୀ ଗୁଡ଼ିକ ଉଦ୍ୟମ କରିବା ଉଚିତ । ଯେଉଁମାନେ ଟଙ୍କା ଫେରସ୍ତ କରିବାକୁ ସମର୍ଥ ନୁହନ୍ତି ସେମାନେ ଯାତ୍ରୀଙ୍କ ନାମରେ କ୍ରେଡିଟ ସେଲ ଜାରି କରିପାରିବେ । ତାହାକୁ ବ୍ୟବହାର କରି ୨୦୨୧ ମାର୍ଚ୍ଚ ମଧ୍ୟ ଯାତ୍ରୀ ଜଣକ ପୁଣି ଥରେ ଟିକେଟ ବୁକ୍ କରିପାରିବବେ । ଯାତ୍ରୀମାନେ ଚାହିଲେ କ୍ରେଡିଟ ସେଲକୁ ଅନ୍ୟ ଯାତ୍ରୀଙ୍କୁ ହସ୍ତାନ୍ତର କରିପାରିବେ ।