ରୁଷରେ ପଶି ତେଲ ଡିପୋକୁ ଉଡ଼ାଇଲା ୟୁକ୍ରେନ୍
ରୁଷରେ ପଶି ତେଲ ଡିପୋକୁ ଉଡ଼ାଇଲା ୟୁକ୍ରେନ୍
କିଭ୍: ରୁଷରେ ପଶି ଏୟାର ଷ୍ଟ୍ରାଇକ କରିଛି ୟୁକ୍ରେନ। ପଶ୍ଚିମ ରୁଷରେ ଥିବା ତୈଳ ଡିପୋକୁ ଏୟାର ଷ୍ଟ୍ରାଇକରେ ଉଡ଼ାଇ ଦେଇଥିବା ଭିଡିଓ ସାମ୍ନାକୁ ଆସିଛି। ରୁଷ ଫେବୃଆରୀ ୨୪ରୁ ୟୁକ୍ରେନ ଉପରେ ହମଲା କରୁଥିଲେ ମଧ୍ୟ କିଭ୍ କେବେ ହେଲେ ମସ୍କୋରେ ପ୍ରବେଶ କରିଥିବା ଖବର ମିଳି ନଥିଲା। ହେଲେ ଏବେ ପ୍ରଥମଥର ପାଇଁ ୟୁକ୍ରେନ ସେନା ହେଲିକପ୍ଟର ଦ୍ୱାରା ତୈଳ ଡିପୋ ଧ୍ୱଂସ କରିବାକୁ ସକ୍ଷମ ହୋଇଛନ୍ତି।
ସାମ୍ନାକୁ ଆସିଥିବା ଭିଡିଓରେ ୟୁକ୍ରେନର ଦୁଇଟି ଯୁଦ୍ଧ ହେଲିକପ୍ଟରରୁ ଏକାଧିକ ମିସାଇଲ ମାଡ଼ କରାଯାଉଥିବା ଦେଖିବାକୁ ମିଳିଛି। ରୁଷର ବେଲଗୋରୋଡ ଠାରେ ଥିବା ତୈଳ ଡିପୋରେ ୟୁକ୍ରେନ ପକ୍ଷରୁ ଏମଆଇ-୨୪ ହେଲିକପ୍ଟର ଦ୍ୱାରା ଏୟାର ଷ୍ଟ୍ରାଇକ କରାଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ହେଲିକପ୍ଟର କମ ଉଚ୍ଚତାରେ ଉଡ଼ାଣ କରି ରୁଷ ଆକାଶ ପଥରେ ପ୍ରବେଶ କରିଥିଲେ। ଏହାପରେ ଘନଘନ ମିସାଇଲ ମାଡ଼ କରିଥିଲେ।
ସିକ୍ୟୁରିଟି କ୍ୟାମେରାରେ ହମଲାର ପୂରା ଦୃଶ୍ୟ କଏଦ ହୋଇଛି। ପ୍ରଥମେ ହେଲିକପ୍ଟର ମିସାଇଲ ମାଡ଼ ହୋଇଥିଲା। ଏହାପରେ ପୂରା ତୈଳ ଡିପୋରେ ବଡ଼ଧରଣର ବିସ୍ଫୋରଣ ହୋଇଥିଲା।




admin 