ମୁମ୍ବାଇ ଡ୍ରଗ୍‌ସ ମାମଲାରେ ସାକ୍ଷୀ ପ୍ରଭାକର ସେଲ୍‌ଙ୍କ ମୃତ୍ୟ

ମୁମ୍ବାଇ ଡ୍ରଗ୍‌ସ ମାମଲାରେ ସାକ୍ଷୀ ପ୍ରଭାକର ସେଲ୍‌ଙ୍କ ମୃତ୍ୟ

ମୁମ୍ବାଇ ଡ୍ରଗ୍‌ସ ମାମଲାରେ ସାକ୍ଷୀ ପ୍ରଭାକର ସେଲ୍‌ଙ୍କ ମୃତ୍ୟ

ମୁମ୍ବାଇ: ଶାହରୁଖ ଖାନଙ୍କ ପୁଅ ଡ୍ରଗ୍‌ସ ମାମଲାରେ ସାକ୍ଷୀ ଥିବା ପ୍ରଭାକର ସେଲ୍ଙ୍କ ହୃଦ୍ଘାତରେ ମୃତ୍ୟୁ ଘଟିଛି। ଶୁକ୍ରବାର ମାହୁଲ ଏରିଆରେ ଥିବା ଆପାର୍ଟମେଣ୍ଟରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରଭାକରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ତାଙ୍କ ଓକିଲ ତୁଷାର ଖାଣ୍ଡରେ ଏହି ସୂଚନା ଦେଇଛନ୍ତି। ତେବେ ପ୍ରଭାକରଙ୍କ ମୃତ୍ୟୁ ପଛରେ କୌଣସି ଷଡ଼ଯନ୍ତ୍ରର ଗନ୍ଧ ବାରି ନହାନ୍ତି ପରିବାର ଲୋକେ।ଇୟଗ୍ଦ ଭଚ୍ଚ

ନିଜ ସ୍ତ୍ରୀ ଏବଂ ଦୁଇ ଜଣ ଛୁଆଙ୍କ ସହ ମାଙ୍କ ପାଖରେ ରହୁଥିଲେ ପ୍ରଭାକର। ତେବେ ଗାଁରୁ ପ୍ରଭାକରଙ୍କ ଭାଇ ଆସିଲେ ତାଙ୍କ ଶବ ସତ୍କାର କରାଯିବ ବୋଲି ପରିବାର ପକ୍ଷରୁ କୁହଯାଇଛି। ବଲିଉଡ୍ ଅଭିନେତା ଶହାରୁଖାନ୍ଙ୍କ ପୁଅ ଆର୍ୟ୍ୟନ ଖାନ୍ଙ୍କ ଡ୍ରଗ୍ସ୍ ମାମଲାରେ କେପି ଗୋସାୟୀ ନାମକ ଜଣେ ଯୁବକ ସାକ୍ଷୀ ଥିଲେ। ପ୍ରଭାକର କେପି ଗୋସାୟୀଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଥିଲେ। ଏହି ମାମଲାରେ ନିଜ ଆଡ଼ୁ ସାକ୍ଷୀ ହୋଇଥିଲେ ପ୍ରଭାକର।

ବେଆଇନ୍ ଡ୍ରଗ୍ସ୍ କାରବାର ମାମଲାରେ ପ୍ରଥମେ ଶାହାରୁଖ୍ ଖାନ୍ଙ୍କ ପୁଅଙ୍କୁ ଗିରଫ କରାଯାଇଥିଲା।  ଅନ୍ୟପଟେ ଆର୍ୟ୍ୟନ୍ଙ୍କ ବିରୋଧରେ ସାକ୍ଷୀ ପାଲଟିଥିବା ପ୍ରଭାକର ସେଲ୍ ସଙ୍ଗିନ୍ ଅଭିଯୋଗ ଆଣିଛନ୍ତି। ପ୍ରଭାକର ଏନସିବି ତତ୍କାଳୀନ ଜୋନାଲ ମୁଖ୍ୟ ସମୀର ୱାଙ୍ଖଡେ ଏବଂ ଅନ୍ୟ ସାକ୍ଷୀ କେ.ପି ଗୋସାଭିଙ୍କ ବିରୋଧରେ ଲାଞ୍ଚ କାରବାର ଅଭିଯୋଗ ଆଣିଥିଲେ। ଆର୍ୟ୍ୟନଙ୍କୁ ଛାଡିବା ପାଇଁ କେପି ଗୋସାଭି, ସାମୀର ଓ ଶ୍ୟାମ୍ଙ୍କ ମଧ୍ୟରେ ପ୍ରାୟ ୨୫ କୋଟି ଟଙ୍କାର କଥାବର୍ତ୍ତା ହୋଇଥିଲା। ହେଲେ ପରେ ୧୮ କୋଟି ଟଙ୍କାରେ ଏହି ଡିଲ୍ ଫାଇନାଲ ହୋଇଥିବା କଥା ପ୍ରଭାକର ଶୁଣିଥିବା କହିଥିଲେ।  ଗୋସାଭି ଏବଂ ଶ୍ୟାମ୍ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କୁ ୧୮ କୋଟିରୁ ୮ କୋଟି ଟଙ୍କା ଦେବାକୁ କହିଥିଲେ ବୋଲି ପ୍ରଭାକର ଦାବି କରିଥିଲେ। ସୂଚନା ଅନୁଯାୟୀ ବେଆଇନ୍ ଡ୍ରଗସ୍ କାରବାର ମାମଲା ଖବର ପାଇ  ଗତ ବର୍ଷ ଅକ୍ଟୋବର ମାସରେ ମୁମ୍ବାଇର ଏକ କ୍ରୁଜ ଜାହାଜରେ ଏନସିବି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଏନସିବି ପକ୍ଷରୁ ଆର୍ୟ୍ୟନ ଖାନ୍ଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଥିଲା। ଅକ୍ଟୋବର ୨୮ରେ ଆର୍ୟ୍ୟନ୍ ଖାନ୍ଙ୍କୁ ଜାମିନ ମିଳିଥିଲା।